
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ସମୁଦ୍ର କୂଳରେ ବସି ଲହଡ଼ିର ଦୃଶ୍ୟ ଓ ପବନର ମଜା ନେବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ହେଲେ, ଟିକେ ସାବଧାନ୍ ଥିବେ। କାରଣ ସମୂଦ୍ର କୂଳରେ ପଥର ଭଳି ଦିଶୁଥିବା ଏକ ମାଛ ଆପଣଙ୍କୁ ମୃତ୍ୟୁ ସହ ମୁହାଁମୁହିଁ କରି ଦେଇପାରେ। ଏହି ମାଛକୁ କୁହାଯାଏ ଷ୍ଟୋନ୍ ଫିଶ୍।
ପୃଥିବୀର ବିଷାକ୍ତ ଜୀବଜନ୍ତୁଙ୍କ ମଧ୍ୟରେ ଏହି ଷ୍ଟୋନ୍ ଫିଶ୍ ଅନ୍ୟତମ। ଏହା ସାଧାରଣତଃ ସମୁଦ୍ର କୂଳରେ ହିଁ ଦେଖାଯାଏ। ଷ୍ଟୋନ୍ ଫିଶ୍ ଦେଖିବାକୁ ଅବିକଳ ପଥର ପରି। ତେଣୁ ଅଧିକାଂଶ ସମୟରେ ସାଧାରଣ ଲୋକେ ଏହାକୁ ଚିହ୍ନି ପାରନ୍ତି ନାହିଁ ଏବଂ ଏହି କାରଣରୁ ହିଁ ଏହାର ଶିକାର ହୋଇଥା’ନ୍ତି।
ଭୁଲରେ ବି କାହାର ଗୋଡ଼ ଏହି ମାଛ ଉପରେ ପଡ଼ିଗେଲ, ଷ୍ଟୋନ୍ ଫିଶ୍ ନିଜ ଉପରେ ପଡ଼ିଥିବା ଓଜନ ମୁତାବକ ବିଷ ନିକ୍ଷେପ କରିଥାଏ। ଆଉ ଏହି ବିଷ ଏତେ ଭୟାନକ ହୋଇଥାଏ ଯେ ଯଦି ଥରେ ପାଦ ପକାଇଥିବା ବ୍ୟକ୍ତିଙ୍କ ଗୋଡ଼ଟି ସଂପୂର୍ଣ୍ଣ କାଟିବାକୁ ପଡ଼ିଥାଏ। ଏଥିରେ ଟିକିଏ ଅବହେଳା କଲେ, ମୃତ୍ୟୁ ବି ହୋଇପାରେ।

ଏହା ଉପରେ ଗୋଡ଼ ପଡ଼ିବା ମାତ୍ରେ ଏହି ମାଛ ୦.୫ ସେକେଣ୍ଡ୍ ଗତିରେ ବିଷ ଛାଡ଼ିଥାଏ। ଯଦି ଷ୍ଟୋନ୍ ଫିଶ୍ର ଗୋଟିଏ ବୁନ୍ଦା ବିଷ କୌଣସି ସହରର ପାଣିରେ ମିଶାଇ ଦିଆଯାଏ, ତେବେ ଏହି ପାଣିକୁ ବ୍ୟବହାର କରୁଥିବା ସାରା ସହରର ଲୋକେ ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା ମଧ୍ୟ ରହିଛି।
ଏହା ବିଶ୍ୱର ଅନ୍ୟ ସମସ୍ତ ପ୍ରଜାତି ମାଛଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। କାରଣ ମାଛମାନଙ୍କ ଶରୀର ବହୁ ମାତ୍ରାରେ କୋମଳ ହୋଇଥାଏ। କିନ୍ତୁ ଷ୍ଟୋନ୍ ଫିଶ୍ ଦେଖିବାକୁ ଯେମିତି ପଥର ପରି, ଏହାର ଶରୀର ମଧ୍ୟ ସେହି ପଥର ପରି ସମ୍ପୂର୍ଣ୍ଣ ଟାଣ।
ବାସ୍ତବରେ ଏହି ବିଷାକ୍ତ ମାଛର ଉପର ଭାଗରେ ପଥର ପରି ଏକ ଶକ୍ତ ଖୋଳପା ଥାଏ। ଏହି ଖୋଳପା ମଣିଷର ମୁହଁ ପରି ମଧ୍ୟ ସାମାନ୍ୟ ଦେଖାଯାଏ।
from Odisha Reporter https://ift.tt/2N1kV7c
No comments:
Post a Comment