ଗୁରୁଦିବସକୁ କଳାଦିବସ ଭାବେ ପଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଗୁରୁଦିବସକୁ କଳାଦିବସ ଭାବେ ପଳିବେ ବ୍ଲକ୍‌ଗ୍ରାଣ୍ଟ୍‌ ଶିକ୍ଷକ ଓ ଅଧ୍ୟାପକ

teachers in bbsr

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଗୁରୁଦିବସ। ଏଥର କିନ୍ତୁ ଏ ମହାନ ଦିବସଟିକୁ କଳା ଦିବସ ଭାବେ ପାଳିବେ ଆନ୍ଦୋଳନରତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବା ଦାବିରେ ରାଜଧାନୀର ରାଜରାସ୍ତାରେ ଆଜିକୁ ୨୦ ଦିନ ହେଲା ସେମାନଙ୍କ ଅହୋରାତ୍ର ଆନ୍ଦୋଳନ ଚାଲିଛି। ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ନିଆଯାଇଛି ଏଭଳି ଚରମ ନିଷ୍ପତ୍ତି। ତା’ସହ ଆସନ୍ତା ୬ ତାରିଖରୁ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ମଧ୍ୟ ମଞ୍ଚ ଚେତାବନୀ ଦେଇଛି।

ଏ ନେଇ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଗୁରୁ ଦିବସ ପିଲା ଓ ଅଭିଭାବକ ପାଳନ୍ତି। ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା ଚାଲିଥିବା ବେଳେ କଳା ଦିବସ ପାଳନର ଯଥାର୍ଥତା କେଉଁଥି ପାଇଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ସେପଟେ ଶିକ୍ଷକ ଆନ୍ଦୋଳନକୁ ଦେଖି ଆସନ୍ତାକାଲି ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ।

teachersସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି-“କଳା ବ୍ୟାଜ ପିନ୍ଧି ଆମେ ଗୁରୁ ଦିବସକୁ ପ୍ରତ୍ୟାଖ୍ୟାନ କରିବୁ। ଅନ୍ୟପକ୍ଷେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“କଳା ଦିବସ କିଏ ପାଳୁଛି ମୁଁ ଜାଣିନି। ଗୁରୁଦିବସକୁ ଆମେ ପାଳୁଛୁ ଓ ପିଲାମାନେ ମଧ୍ୟ ପାଳୁଛନ୍ତି। ଯଦି ଏହାକୁ ଗୁରୁମାନେ କଳାଦିବସ ଭାବେ ପାଳନ କରିବେ, ତାହା ଠିକ୍‌ ହେବନି। ସେମାନଙ୍କ ଦାବି ନେଇ ସରକାର ଆଲୋଚନା କରୁଛନ୍ତି। କେତେବେଳେ ବି ଫାଇନାଲ୍‌ ଫଳାଫଳ ବାହାରିପାରେ।”



from Odisha Reporter https://ift.tt/2MMx8N7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages