ୟୁପିରେ ୧୦ ଟଙ୍କିଆ ‘ଯୋଗୀ ଥାଳି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ୟୁପିରେ ୧୦ ଟଙ୍କିଆ ‘ଯୋଗୀ ଥାଳି’

h8

ଲକ୍ଷ୍ନୌ(ଓଡ଼ିଶା ରିପୋର୍ଟର୍‌): ଉତ୍ତରପ୍ରଦେଶର ଆଲ୍ଲହାବାଦ୍‌ରେ ସେଠାକାର ମେୟର୍‌ଙ୍କ ପକ୍ଷରୁ ୧୦ ଟଙ୍କିଆ ମିଲ୍‌ ଯୋଜନାର ଶୁଭାରମ୍ଭ ହୋଇଛି। ଏହାର ନାମ ରଖାଯାଇଛି ‘ଯୋଗୀ ଥାଳି’।

ଏହି ଯୋଜନାକୁ ରବିବାର ଆଲ୍ଲହାବାଦ୍‌ର ମେୟର୍‌ ଅଭିଳାଷ ଗୁପ୍ତା ଶୁଭାରମ୍ଭ କରିଛନ୍ତି।

ମେୟର ଏହି ଯୋଜନାକୁ ନିଜର କିଛି ସହଯୋଗୀଙ୍କ ସାହାଯ୍ୟ ନେଇ ବ୍ୟକ୍ତିଗତ ସ୍ତରରେ ଆରମ୍ଭ କରିଛନ୍ତି।
ଯୋଜନାର ଶୁଭାରମ୍ଭ ପରେ ଗୁପ୍ତା କହିଛନ୍ତି, ଏହି ଯୋଜନା ବ୍ୟକ୍ତିଗତ ସ୍ତରରେ ଆରମ୍ଭ ହୋଇଛି । ଯାହକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ନାମକରଣ କରାଯାଇଛି।
ଏହି ୧୦ ଟଙ୍କିଆ ଖାଦ୍ୟ ଥାଳି ଯୋଜନା ଆରମ୍ଭ ହେବା ଦ୍ୱାରା ଗରିବ, ସାଧୁସନ୍ଥ, ଅକ୍ଷମ ଏବଂ ଯେଉଁମାନଙ୍କ ପାଇଁ ଖାଦ୍ୟର ନିହାତି ଆବଶ୍ୟକତା ରହିଛି, ସେମାନେ ଉପକୃତ ହେବେ।

ଯେଉଁମାନେ ଖାଦ୍ୟ କିଣିବା ପାଇଁ ସକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଏହା ଏକ ଉତ୍ତମ ଯୋଜନା।

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ସାହାଯ୍ୟ କରିଥିବା ଦିଲ୍ଲୀପ ଆଲିଆସ୍‌ କାକେଙ୍କ କହିବା ଅନୁଯାୟୀ, କୌଣସି ବ୍ୟକ୍ତି ଯେପରି ଖାଲି ପେଟରେ ରାତିରେ ନ ଶୁଅନ୍ତୁ, ଏହି କଥା ଚିନ୍ତା କରି ଆମେ ଏହି ଯୋଜନାର ଶୁଭାରମ୍ଭ କରିଛୁ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନାମରେ ଏହାକୁ ଆରମ୍ଭ କରିବାର କାରଣ ହେଉଛି, ସେ ରାଜ୍ୟର ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଲୋକମାନେ ତାଙ୍କ କାର୍ଯ୍ୟକୁ ସମର୍ଥନ ମଧ୍ୟ କରୁଛନ୍ତି। ଆଲ୍ଲାହାବାଦର ଅଟ୍ଟାର୍‌ସୁଇଆ ଅଞ୍ଚଳରେ ଏପରି ଖାଦ୍ୟ ଥାଳି ଯୋଜନା ପୂର୍ବରୁ ଆରମ୍ଭ ହୋଇସାରିଛି।

ଓଡ଼ିଶା ସରକାର ମଧ୍ୟରେ ୫ ଟଙ୍କିଆ ‘ଆହାର’ ଯୋଜନାରେ ରାଜ୍ୟର ସାଧାରଣ ଲୋକଙ୍କୁ ଭାତ ଓ ଡାଲମା ଖାଦ୍ୟ ଯୋଗାଉଛନ୍ତି।



from Odisha Reporter https://ift.tt/2Q19CK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages