ଭାରତକୁ ନିରାଶ କଲେ ଏହି ସବୁ ଖେଳାଳି, ଏମିତି ଖେଳିବେ ବୋଲି ଆଶା ନଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଭାରତକୁ ନିରାଶ କଲେ ଏହି ସବୁ ଖେଳାଳି, ଏମିତି ଖେଳିବେ ବୋଲି ଆଶା ନଥିଲା

virat

ସାଉଥାମ୍ପଟନ୍‌: ୧୧ ବର୍ଷ ପରେ ଇଂଲଣ୍ଡ ମାଟିରେ ପୁଣି ଥରେ ଟେଷ୍ଟ୍ ସିରିଜ୍ ଜିତିବାର ସୁଯୋଗକୁ ହାତଛଡ଼ା କରିଛି ଭାରତୀୟ କ୍ରିକେଟ୍ ଟିମ୍। ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଦଳ ପରାଜିତ ହେବା ସହିତ ସିରିଜ୍ ହାରି ଯାଇଛି।

୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡରେ ଟେଷ୍ଟ୍ ସିରିଜ୍ ଜିତିଥିଲା।

ଚଳିତ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌କୁ ଛାଡ଼ି ଦେଲେ ଅନ୍ୟଗୁଡ଼ିକରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ଭଲ ଥିଲା। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ୧୪୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୫୧ ରନ୍ କରିଥିଲେ।

ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ୯୭ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧୦୩ ରନ୍ କରିଥିଲେ। ଚତୁର୍ଥ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୫୮ ରନ୍ କରିଥିଲେ। ତାଙ୍କ ଦକ୍ଷତା ଅନୁସାରେ ଏହା ଭଲ ଇନିଂସ୍‌ ନୁହେଁ, ତଥାପି ଚଳିବ। କେବଳ ଦ୍ୱିତୀୟ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଏଥିରେ ଦୁଇଟି ଯାକ ଇନିଂସ୍‌କୁ ମିଶାଇ ସେ ମାତ୍ର ୪୦ ରନ୍ କରିଥିଲେ। ବୋଲରମାନେ ମୋଟାମୋଟି ଭଲ ପ୍ରଦର୍ଶନ କରିଥିଲେ। ତେବେ ବ୍ୟାଟିଂରେ ଭାରତକୁ ନିରାଶ ହେବାକୁ ପଡ଼ିଥିଲା।

୫ ଜଣ ଖେଳାଳି ଆଶା ମୁତାବକ ପ୍ରଦର୍ଶନ କରି ନଥିଲେ। ସେମାନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି।

ସେମାନେ ହେଉଛନ୍ତି, ମୁରଲୀ ବିଜୟ, ଶିଖର ଧାୱନ, କେ.ଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ।

muraliମୁରଲୀ ବିଜୟ: ଓପନ୍‌ର ଭାବେ ବେଶ୍ କିଛି ସିଜିନ୍ ହେଲାଣି ନିଜ ସ୍ଥାନ ପକ୍କା କରି ରଖିଥିବା ମୁରଲୀ ବିଜୟ ଏଥର ଫେଲ୍ ମାରିଛନ୍ତି। ପ୍ରଥମ ଦୁଇଟି ଟେଷ୍ଟରେ ସେ ମୋଟ ୩୨ ରନ୍ କରିଛନ୍ତି। ଏହା ପରେ ତୃତୀୟ ଟେଷ୍ଟରେ ତାଙ୍କୁ ବସାଇ ଦିଆଯାଇଥିଲା। ଶେଷ ଦୁଇଟି ଟେଷ୍ଟ୍ ପାଇଁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିଲା। ଟେଷ୍ଟରେ ଓପନିଂ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଥର ଭାରତୀୟ ଦଳ ଏଥିରେ ଫେଲ୍ ହୋଇଛି।

shikharଶିଖର ଧାୱନ: ମୁରଲୀ ବିଜୟଙ୍କ ଭଳି ତାଙ୍କ ଯୋଡ଼ିଦାର ଶିଖର ଧାୱନ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଚାରୋଟି ଯାକ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା। କୌଣସି ବି ମ୍ୟାଚ୍‌ରେ ଏକ ବଡ଼ ପାଳି ଖେଳିପାରି ନଥିଲେ। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ସେ ଯଥାକ୍ରମେ ୨୬ ଓ ୧୩ ରନ୍ କରିଥିଲେ। ଦ୍ୱିତୀୟ ଟେଷ୍ଟ୍ ସେ ଖେଳି ନଥିଲେ। ତୃତୀୟ ଟେଷ୍ଟର ଦୁଇଟି ଯାକ ପାଳିରେ ଯଥାକ୍ରମେ ୩୫ ଓ ୪୪ ରନ୍ କରିଥିଲେ। ଏହି ଟେଷ୍ଟରେ ବଡ଼ ସ୍କୋର କରିବାକୁ ସେ ସୁଯୋଗ ପାଇଥିଲେ, କିନ୍ତୁ ବିଫଳ ହେଲେ। ଚତୁର୍ଥ ଟେଷ୍ଟର ଦୁଇଟି ଯାକ ପାଳିରେ ସେ ଯଥାକ୍ରମେ ୨୩ ଓ ୧୭ ରନ୍ କରିଥିଲେ।

klrahulକେ.ଏଲ୍ ରାହୁଲ: ଅଧିନାୟକ ବିରାଟ କୋହଲି ୟାଙ୍କ ଉପରେ ବହୁତ ଭରସା ରଖିଥିଲେ। କିନ୍ତୁ ସେ ବି ଫେଲ୍ ମାରିଲେ। ସେ ଚାରୋଟି ଯାକ ମ୍ୟାଚ୍ ଖେଳିଥିଲେ। କିନ୍ତୁ କୌଣସି ମ୍ୟାଚ୍‌ରେ ଲମ୍ବା ପାଳି ତ ଦୂର କଥା, ଭଲ ପାଳି ବି ଖେଳି ପାରି ନଥିଲେ। ସେ ଚାରୋଟି ଯାକ ମ୍ୟାଚ୍‌ରେ ମୋଟ୍‌ ୧୧୩ ରନ୍ କରିଛନ୍ତି। ଚତୁର୍ଥ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ‘୦’ରେ ଆଉଟ୍ ହୋଇଥିବା ରାହୁଲ ପୂରା ସିରିଜ୍‌ରେ ୪,୧୩,୮,୧୦,୨୩,୩୬ ଓ ୧୯ ଆଦି ସ୍କୋର କରିଛନ୍ତି।

hardikହାର୍ଦ୍ଦିକ ପାଣ୍ଡ୍ୟା: ଏହି ଟେଷ୍ଟରେ ସେ ଅଲ୍‌ରାଉଣ୍ଡରର ଭୂମିକା ନିର୍ବାହ କରିପାରିନାହାନ୍ତି। ପ୍ରଥମ ଟେଷ୍ଟରେ ସେ ୫୩ ରନ୍ କରିଥିବା ବେଳେ କୌଣସି ୱିକେଟ୍ ନେଇ ନଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସେ ୩୭ ରନ୍ କରିଥିବା ବେଳେ ୩ଟି ୱିକେଟ୍ ନେଇଥିଲେ। ତୃତୀୟ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଭଲ ଥିଲା। ସେ ଦୁଇଟି ଯାକ ଇନିଂସ୍‌ରେ ୬ଟି ୱିକେଟ୍ ନେଇଥିଲେ। ଏହା ସହିତ ୭୦ ରନ୍ କରିଥିଲେ। ଗୋଟିଏ ଇନିଂସ୍‌ରେ ୧୮ ଓ ଅନ୍ୟଟିରେ ୫୨ ରନ୍ କରିଥିଲେ। କିନ୍ତୁ ଚତୁର୍ଥ ମ୍ୟାଚ୍‌ରେ ଫେଲ୍ ମାରିଥିଲେ। ଉଭୟ ଇନିଂସ୍‌ରେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ୪ ରନ୍ କରିଥିଲେ।

dineshଦିନେଶ କାର୍ତ୍ତିକ: ସେ ସମସ୍ତଙ୍କୁ ନିରାଶ କରିଛନ୍ତି। ପ୍ରଥମ ଦୁଇଟି ଟେଷ୍ଟରେ ତାଙ୍କୁ ସୁଯୋଗ ଦିଆଯାଇଥିଲା। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ‘ଶୂନ’ରେ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଇନିଂସ୍‌ରେ ସେ ୨୦ରେ ଆଉଟ୍ ହୋଇଥିଲେ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ‘ଶୂନ୍’ରେ ଆଉଟ୍ ହୋଇଥିଲେ।

rishabhpantଦିନେଶଙ୍କ ବଦଳରେ ଟିମ୍‌ରେ ଋଷଭ ପନ୍ତଙ୍କୁ ସାମିଲ କରାଯାଇଥିଲା। ସେ ୱିକେଟ୍ କିପର୍ ଭାବେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତାଙ୍କ ବ୍ୟାଟ୍‌ରୁ ରନ୍ ବାହାରି ନଥିଲା। ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ୨୪ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧ ରନ୍ କରିଥିଲେ। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ‘ଶୂନ’ରେ ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୧୮ ରନ୍ କରିଥିଲେ।

 



from Odisha Reporter https://ift.tt/2LUF0qi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages