ହରିୟାଣା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ଚତୁର୍ଥ ଅଭିଯୁକ୍ତ ଓଡ଼ିଶାରୁ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ହରିୟାଣା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ: ଚତୁର୍ଥ ଅଭିଯୁକ୍ତ ଓଡ଼ିଶାରୁ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ହରିୟାଣାର ରେୱାଡ଼ିରେ ଛାତ୍ରୀ ଗଣଧର୍ଷଣ ମାମଲାରେ ଚତୁର୍ଥ ଅଭିଯୁକ୍ତ ଓଡ଼ିଶାରୁ ଗିରଫ ହୋଇଛି। ଗଞ୍ଜାମର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରୁ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାଁ ନବୀନ ଓରଫ୍ ନିକୁ। ଆର୍ମି ଏୟାର ଡିଫେନ୍ସ କଲେଜରେ ଟ୍ରେନିଂ ନେଉଥିଲା ନବୀନ। ଅଭିଯୁକ୍ତ ନବୀନଙ୍କ ଘର ହରିୟାଣା ମହେନ୍ଦ୍ରଗଡ଼ ଜିଲ୍ଲାର ନୂଆ ଗାଁରେ।

ତେବେ ସେ ଛୁଟିରେ ଗାଁକୁ ଯାଇଥିବା ବେଳେ ଏହି କାଣ୍ଡ ଭିଆଇଥିଲା। ତେବେ ଅଭିଯୁକ୍ତଙ୍କ ଗିରଫ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କୁ କିଛି ଦିନ ତଳେ କିଛି ଦୁର୍ବୃତ୍ତ ଅପହରଣ କରିବା ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା।

ଛାତ୍ରୀ ଜଣଙ୍କୁ ଦୁର୍ବୃତ୍ତମାନେ ଅଚେତ ହେଲା ଯାଏ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ। ବୁଧବାର ତାଙ୍କୁ ପୁଲିସ୍‌ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ରେୱାରୀସ୍ଥିତ କୋଚିଂସେଣ୍ଟରକୁ ଯାଉଥିବାବେଳେ ୩ ଜଣ ଯୁବକ ତାଙ୍କୁ ଏକକାର୍‌ରେ ଅପହରଣ କରିନେଇଥିଲେ।ଏହା ପରେ ସେମାନେତାଙ୍କୁଏକଖୋଲାପଡ଼ିଆକୁନେଇସେଠାରେ ଗଣଦୁଷ୍କର୍ମ କରିଥିଲେ।

ସେଠାରେ ପୂର୍ବରୁ ଥିବା ଆଉ କିଛି ଲୋକ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ପାଖାପାଖି ୮ରୁ ୧୦ ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଚେତାଶୂନ୍ୟ ହେବା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।



from Odisha Reporter https://ift.tt/2ztdZHK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages