
କେନ୍ଦୁଝର (ପ୍ରଣୟ ପାଣି): ବଜ୍ରପାତ ନେଲା ୨ ଜୀବନ। ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଲରୁ କାମ ସାରି ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏପରି ଘଟଣା ଘଟିଛି।
ପ୍ରଥମ ଘଟଣାଟି ପଣ୍ଡାପଡ଼ା ଥାନା ଝାରବେଡ଼ା ଗାଁରେ ଘଟିଛି। ଉକ୍ତ ଗାଁର ଗୁରୁଚରଣ ସେନାପତି, ସଞ୍ଜୟ ସେନାପତି, ହରେଶ ନାୟକ ଓ ଭଜୁ ମଢ଼େଇ ବିଲକୁ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାବେଳେ ବିଲରୁ ଆସି ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଗୁରୁଚରଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେହିପରି ଚମ୍ପୁଆ ଥାନା ବିଷ୍ଣୁପୁର ଗାଁର ଦେବାନନ୍ଦ ପ୍ରଧାନ ଓ ତାଙ୍କ ପତ୍ନୀ ବିଲକୁ କାମ କରିବାକୁ ଯାଇଥିଲେ। ସନ୍ଧ୍ୟାବେଳେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ଦେବାନନ୍ଦଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/2OQ5ewo
No comments:
Post a Comment