
ମୁମ୍ବାଇ: ଆଲିଆ ଭଟ୍ଟ ନିଜ କ୍ୟାରିଅର୍ର ଶୁଭାରମ୍ଭ କରନ୍ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର୍’ରୁ କରିଥିଲେ। ଏଥିରେ ତାଙ୍କ ସହ-ଅଭିନେତା ଥିଲେ ବରୁଣ ଧୱନ୍ ଓ ସିଦ୍ଧାର୍ଥ ମଲ୍ହୋତ୍ରା। ଏହି ଫିଲ୍ମ ପରେ ଆଲିଆ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ଯେପରି ହିଟ୍ ହେଉଥିଲା, ସେହି ଅନୁସାରେ ଆଲିଆଙ୍କ ପ୍ରାଇସ୍ କିନ୍ତୁ ଖୁବ୍ କମ୍ ଥିଲା। ଏହା ସହ ସେ ଅଭିନୟ କ୍ଷେତ୍ରରେ ଏତେ ଆଗକୁ ଗଲେଣି ବୋଲି, ନିଜେ ବି ଜାଣି ନଥିଲେ। ଏହି କଥା ଆଲିଆଙ୍କ ବନ୍ଧୁ ତଥା ଅଭିନେତା ବରୁଣ ଧୱନ୍ ଏବେ ଖୁଲାସା କରିଛନ୍ତି।
ନିକଟରେ ‘ସୁଈ ଧାଗା’ର ପ୍ରମୋସନ୍ ପାଇଁ ଆସିଥିବାବେଳେ ଏକ ସାକ୍ଷତାକାରରେ ବରୁଣ ଏହା କହିଛନ୍ତି।

image credit- DNA India
ଏହି ସାକ୍ଷତାକାରର ବରୁଣ କହିଥିଲେ, ମୁଁ ବହୁ ପୂର୍ବରୁ ଆଲିଆଙ୍କୁ ଅନେକ ଥର କହିଥିଲେ ଯେ ତୁମେ ଫିଲ୍ମ ପାଇଁ ଖୁବ୍ କମ୍ ପ୍ରାଇସ୍ ନେଉଛ। ନିଜ ପ୍ରାଇସ୍ ବଢ଼ାଅ। ତେବେ ଫିଲ୍ମ୍ ‘‘ରାଜି’’ ପରେ ଯାଇ ଆଲିଆଙ୍କୁ ଜଣା ପଡ଼ିଲା ଯେ ସେ ବଡ଼ ଷ୍ଟାର ହୋଇଗଲେଣି ଏବଂ ଏହା ପରେ ସେ ମୋ କଥା ଅନୁସାରେ ନିଜ ପ୍ରାଇସ୍ ବଢ଼ାଇଥିଲେ।”
ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରାଇସ୍କୁ ନେଇ ରହୁଥିବା ତାରତମ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ସାକ୍ଷାତକାରରେ ବରୁଣ୍ ଆଲିଆଙ୍କ ସମ୍ପର୍କରେ ଏହି ଖାସ୍ ଖୁଲାସା କରିଥିଲେ। ଏଥିରେ ସେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରାଇସ୍କୁ ନେଇ ରହୁଥିବା ତାରତମ୍ୟକୁ ନାପସନ୍ଦ କରିଥିଲେ। ବରୁଣ କହିଥିଲେ ଯେ କୌଣସି ଫିଲ୍ମରେ ଅଭିନେତାମାନେ ଯେତିକି ପରିଶ୍ରମ କରନ୍ତି, ଅଭିନେତ୍ରୀମାନେ ମଧ୍ୟ ସେତିକି ପରିଶ୍ରମ କରନ୍ତି। ତେଣୁ କେବଳ ଆଲିଆ ନୁହେଁ, ଅନ୍ୟ ଅଭିନେତ୍ରୀମାନେ ବି ଅଭିନେତାଙ୍କ ବରାବର୍ ଫିସ୍ ନେବା ଉଚିତ୍।
from Odisha Reporter https://ift.tt/2xrCSSJ
No comments:
Post a Comment