
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ରେ ପରିଣତ ହେବା ପରେ ଏହା ଝଡ଼ବାତ୍ୟାରେ ରୂପ ନେବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ଆକଳନ କରାଯାଇଛି। ଆଜି ମଧ୍ୟରାତିରେ ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଉପକୂଳଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ବିଶେଷକରି ଦକ୍ଷିଣ ଓଡ଼ିଶା ପ୍ରତି ଅଧିକ ବିପଦ ଥିବା ଆଶଙ୍କାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହେଲେ ଡିପ୍ ଡିପ୍ରେସନ୍କୁ ନେଇ ବେଶୀ କିଛି ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ ଆଜି ଓଟିଭି ବିତର୍କରେ ଭାଗ ନେଇ କହିଛନ୍ତି। ସେ କହିଛନ୍ତି ଯେ, ଧୀରେ ଧୀରେ ଚାପ ବଢ଼ିବାରେ ଲାଗିଲାଣି।
ଗୋପାଳପୁର ଏବଂ ପୁରୀରେ ଅଞ୍ଚଳରେ ଚାପ ବଢ଼ୁଛି। ସନ୍ଧ୍ୟା ସାଢ଼େ ୫ଟାରୁ ସନ୍ଧ୍ୟା ସାଢ଼େ ୮ଟା ମଧ୍ୟରେ ପବନର ଘଣ୍ଟା ପ୍ରତିବେଗ ୨ କିମି ବଢ଼ିଛି। ଗୋପାଳପୁରରେ ମଧ୍ୟ ପବନର ବେଗ ବଢ଼ିଛି। ଏବେ ଡିପ୍ ଡିପ୍ରେସନ୍ର ଯେଉଁ ସ୍ଥିତି ଅଛି ତା’ର ଘନୀଭୂତ ଆଶଙ୍କା କମ୍ ରହୁଛି।
ତେଣୁ ବିପଦ ଟଳିଛି ବୋଲି କହିଲେ କିଛି ଭୁଲ ହେବନାହିଁ। ଯାହା କେବଳ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ପର୍ଯ୍ୟନ୍ତ ରହିବ। ଅଧିକ ହେବାର ଆଶଙ୍କା ନାହିଁ। ତେବେ କ୍ଲାଉଡ୍ ମାସ୍ ନେଇ ଯେଉଁ ସ୍ଥିତି ରହିଛି ତାହା ଅନୁଭୂତ ହୋଇପାରେ। ଅର୍ଥାତ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ଦକ୍ଷିଣଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଟିକେ ଅଧିକ ରହିବ।
କାରଣ ଯେଉଁ ସ୍ଥାନରୁ ଏହି ଡିପ୍ ଡିପ୍ରେସନ୍ ସୃଷ୍ଟି ହୋଇଛି ତାହା ଦକ୍ଷିଣ-ପୂର୍ବରୁ ଧୀରେ ଧୀରେ ଉତ୍ତର-ପୂର୍ବକୁ ଗତି କରୁଛି। ଅନ୍ୟପଟେ ଉତ୍ତର ଭାରତରେ ଏହି ସମୟରେ ମୌସୁମୀ ପ୍ରାୟତଃ ଦୁର୍ବଳ ରହିଛି। ଜଳୀୟ ବାଷ୍ପ ମାତ୍ରା ବହୁ କମ୍ ରହୁଛି। ଆରବ ସାଗରରୁ ମଧ୍ୟ ବେଶୀ ଫ୍ଲୁ ହେଉ ନାହିଁ। ଯଦି ଏହି ସିଷ୍ଟମ୍ ଅଗଷ୍ଟ ମାସରେ ହୋଇଥାନ୍ତା ତା’ହେଲେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାନ୍ତା। ତେବେ ପାଣିପାଗ ବିଭାଗ ପକ୍ଷରୁ ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଯେଉଁ ବିପଦ ଆକଳନ କରାଯାଇଥିଲା ତାହା ଆଉ ନାହିଁ ଶରତ ଚନ୍ଦ୍ର ସାହୁ କହିଛନ୍ତି।
from Odisha Reporter https://ift.tt/2poPjtW
No comments:
Post a Comment