କମ୍‌ ନିଦ୍ରା ଯୋଗୁ ହୃଦ୍‌ଘାତର ଆଶଙ୍କା ବଢ଼େ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

କମ୍‌ ନିଦ୍ରା ଯୋଗୁ ହୃଦ୍‌ଘାତର ଆଶଙ୍କା ବଢ଼େ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଆଧୁନିକ ଜୀବନଶୈଳୀରେ ଶରୀରର ଆବଶ୍ୟକତା ଅନୁସାରେ ନ ଶୋଇବା ଏବେ ପ୍ରାୟ ଏକ ସାଧାରଣ କଥା ପାଲଟିଛି। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ୭ ଘଣ୍ଟାରୁ କମ୍‌ ଶୋଉଥିବା ଲୋକଙ୍କର ହୃଦ୍‌ଘାତ ବା ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ।

୫୦ ବର୍ଷ ବୟସର ଲୋକଙ୍କୁ ନେଇ ହୋଇଥିବା ଏହି ଗବେଷଣା ଅନୁସାରେ, ନିଦ୍ରା ଆମ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଯେଉଁ ବ୍ୟକ୍ତି ଆବଶ୍ୟକ ପରିମାଣଠାରୁ ୧ ଘଣ୍ଟା ଅଧିକ ଶୋଇଥା’ନ୍ତି, ସେମାନଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଅନ୍ୟମାନଙ୍କଠାରୁ କମ୍‌ ରହିଥାଏ।

ଭଲ ନିଦର ଲକ୍ଷଣ

ଯେଉଁ ବ୍ୟକ୍ତିଙ୍କର ନିଦ୍ରାରେ ସମସ୍ୟା ଥାଏ, ସେମାନେ ଏନେଇ ଡାକ୍ତରଙ୍କ ସହିତ ପରାମର୍ଶ କରିଥା’ନ୍ତି। ଏଥିପାଇଁ ଡାକ୍ତରଙ୍କୁ କେବଳ ନିଦ୍ରା ନୁହେଁ, ନିଦ୍ରାର ଗୁଣବତ୍ତା ମଧ୍ୟ ବୁଝିବାକୁ ପଡ଼ିଥାଏ। ମଧ୍ୟରାତ୍ରି ଯାଏ  ଉଜାଗର ରହିବା ସ୍ୱାସ୍ଥ୍ୟ ପାଇଁ ସମସ୍ୟାର କାରଣ ହୋଇଥାଏ। କିନ୍ତୁ ଯେଉଁ ଲୋକମାନେ ଅତ୍ୟଧିକ ପରିମାଣର ଶୋଇଥା’ନ୍ତି, ସେମାନଙ୍କୁ ଏହି କଥା ଜଣାନଥାଏ ଯେ, ସେମାନେ ମଧ୍ୟ ନିଦ୍ରାଜନିତ ସମସ୍ୟାରେ ଜଡ଼ିତ ଅଛନ୍ତି। ବିଛଣାରେ ପଡ଼ୁ ପଡ଼ୁ ନିଦ ହେବାର ଅର୍ଥ ଆପଣଙ୍କୁ ନିଦ ଭଲ ହେଉଛି। ଆପଣ ବିଛଣା ଧରିବାର ୫ମିନିଟ୍‌ରୁ ଅଧିକ ସମୟ ଯାଏ ଯଦି ଆପଣଙ୍କୁ ନିଦ ହେଉନାହିଁ, ତେବେ ଆପଣ ‘କମ୍‌ ନିଦ୍ରା’ଜନିତ ରୋଗର ଶିକାର ହୋଇଛନ୍ତି। କିନ୍ତୁ ଯଦି ବିଛଣାକୁ ଯିବାର ୫ ମିନିଟ୍‌ ମଧ୍ୟରେ ଆପଣ ଶୋଇ ଯାଉଛନ୍ତି ଏବଂ ୨୦ରୁ ୨୫ ମିନିଟ୍‌ ମଧ୍ୟରେ ନିଦ୍ରା ଗାଢ଼ ହୋଇଯାଉଛି, ତେବେ ଆପଣ ଏହି ରୋଗର ଶିକାର ନୁହନ୍ତି।

ନିଦ୍ରାର ପରିମାଣ

ସାଧାରଣତଃ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶୋଇଥା’ନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବୟସ୍କ ଲୋକଙ୍କ ପାଇଁ ୬ ଘଣ୍ଟା ନିଦ୍ରାର ଆବଶ୍ୟକତା ଥାଏ। ମାନସିକସ୍ତରରେ ଅଧିକ କାମ କରୁଥିବା ଲୋକଙ୍କ ପାଇଁ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। କିନ୍ତୁ କମ୍ ମାନସିକ କାମ କରୁଥିବା ଲୋକଙ୍କ ପାଇଁ ୫ ଘଣ୍ଟା ନିଦ୍ରା ଆବଶ୍ୟକ ହୋଇଥାଏ। ଯୁବକ ଏବଂ ପିଲାମାନଙ୍କ ପାଇଁ ୮ ଘଣ୍ଟା ଶୋଇବା ଜରୁରୀ।

ht



from Odisha Reporter https://ift.tt/2NO3BPA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages