ଆସନ୍ତୁ ଜାଣିବା ଗଣପିତିଙ୍କ ନାଁ ସହ ଯୋଡି ହୋଇଥିବା ‘ମୋରିଆ’ ଗୋସ୍ୱାମୀଙ୍କ ସମ୍ପର୍କରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଆସନ୍ତୁ ଜାଣିବା ଗଣପିତିଙ୍କ ନାଁ ସହ ଯୋଡି ହୋଇଥିବା ‘ମୋରିଆ’ ଗୋସ୍ୱାମୀଙ୍କ ସମ୍ପର୍କରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଗଣପତି ବପ୍ପା- ମୋରିଆ, ମଙ୍ଗଳମୂର୍ତ୍ତି ମୋରିଆ’। ଓଡିଶା ହେଉ କି ବମ୍ବେ, ଦିଲ୍ଲୀ ହେଉ କି ଚେନ୍ନାଇ। ଗଣେଶ ପୂଜା ବେଳେ ଏମିତି ନାରା ଆପଣ ଶୁଣିଥିବେ ନିଶ୍ଚୟ। ହେଲେ କେବେ ଭାବିଛନ୍ତି କ’ଣ ଏହାର ଅର୍ଥ। କ’ଣ ପାଇଁ ଗଣେଶଙ୍କ ପାଖରେ ଏମିତି ନାରା ଦିଆଯାଏ ଆଉ ଗଣେଶଙ୍କର ଜୟ ଜୟକାର କରାଯାଏ।

ହୁଏତ ଆପଣ ଜାଣି ନ ଥିବେ। ଆସନ୍ତୁ ସେଇ ସମ୍ପର୍କରେ ଜାଣିବା।

ବାସ୍ତବରେ ‘ଗଣପତି ବପ୍ପା ମୋରିଆ’ ହେଉଛି ପାରମ୍ପରିକ ମହାରାଷ୍ଟ୍ରିୟ ନାରା। ମରାଠୀ ଭାଷାରେ ଏହାକୁ ଅତି ସୁନ୍ଦର ଭାବେ ବ୍ୟାକ୍ଷା କରାଯାଇଛି।

ଗଣପତି ହେଉଛି ଶ୍ରୀ ଗଣେଶଙ୍କ ନାମ, ବପ୍ପା ହେଉଛି ଇଶ୍ୱର ଓ ମୋରିଆ ହେଉଛି ଜଣେ ପ୍ରକ୍ଷାତ ଗଣେଶ ଭକ୍ତଙ୍କ ନାମ। ଯାହାଙ୍କ ପୂରା ନାଁ ହେଉଛି ମୋରିଆ ଗୋସ୍ୱାମୀ।

୧୪ଶ ଶତାଦ୍ଦୀରେ ଭାରତୀୟ ସନ୍ଥମାନଙ୍କ ମଧ୍ୟରେ ମୋରିଆ ଗୋସ୍ୱାମୀ ଅନ୍ୟତମ। ସନ୍ଥ ତୁକାରାମଙ୍କ ସମ ସାମୟିକ ଏହି ସନ୍ୟାସୀ ମରାଠି ଭାଷାରେ ଅନେକ ଗଣେଶ ଭଜନ ରଚନା କରିଛନ୍ତି। ମହାରାଷ୍ଟ୍ରର ଚିଞ୍ଚୱାଡା ଗ୍ରାମରେ ଏହି ମହାନ୍‌ ସନ୍ଥଙ୍କ ଜନ୍ମ ହୋଇଥିଲା(ଅନ୍ୟ କେତେକଙ୍କ ମତରେ ତାଙ୍କ ଜନ୍ମସ୍ଥାନ କର୍ଣ୍ଣାଟକ)।

ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଭାରତର ଗାଣପତ୍ୟ ଉପାସନାର ମୁଖ୍ୟ ଭୂମି ଭାବେ ଗ୍ରହଣ କରାଯାଇଥିବାରୁ ମୋରିଆ ମଧ୍ୟ ପିଲାଟିବେଳୁ ଗଣେଶ ଭକ୍ତ ଥିଲେ। ପ୍ରସିଦ୍ଧ ଅଷ୍ଟ ବିନାୟକ ମନ୍ଦିର ମଧ୍ୟରୁ ଅନ୍ୟତମ ଚିନ୍ତାମଣି ମନ୍ଦିରକୁ ମୋରିଆ ଗୋସ୍ୱାମିଙ୍କ ଆରାଧନା କ୍ଷେତ୍ର ଭାବେ ଇତିହାସ ଗ୍ରହଣ କରିଛି। ଏଣୁ କୁହାଯାଏ ଭଗବାନ ଗଣପତି ଭକ୍ତ ମୋରିଆଙ୍କ ଭକ୍ତିରେ ପ୍ରସନ୍ନ ହେବାପରେ ତାଙ୍କୁ ବର ମାଗିବାକୁ କହିଥିଲେ। ଆଉ ବରଦାନ ସ୍ୱରୂପ ଗଣେଶଙ୍କ ନାମ ସହିତ ସର୍ବଦା ତାଙ୍କ ନାଁ ଯୋଡି ହୋଇ ରହୁ ବୋଲି ସେ ଶ୍ରଦ୍ଧାର ସହ ନିବେଦନ କରିଥିଲେ। ଫଳରେ ଭକ୍ତର ନାଁ ଭଗବାନଙ୍କ ନାଁ ସହ ଯୋଡି ସୃଷ୍ଟି ହୋଇଛି ଏହି ସୁନ୍ଦର ନାରା। ଆଜି ମଧ୍ୟ ମହାରାଷ୍ଟ୍ରରେ ‘ଗଣପତି ବପ୍ପା’ କହିଲେ ପ୍ରତ୍ୟୁତ୍ତରରେ ‘ମୋରିଆ’ ବୋଲି କୁହାଯାଏ।



from Odisha Reporter https://ift.tt/2O4acbM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages