ଝାରସୁଗୁଡ଼ାରେ ଜୋରଦାର ଆକ୍ରମଣ କଲେ ମୋଦି; ପରିବର୍ତ୍ତନର ବିଗୁଲ ଫୁଙ୍କିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଝାରସୁଗୁଡ଼ାରେ ଜୋରଦାର ଆକ୍ରମଣ କଲେ ମୋଦି; ପରିବର୍ତ୍ତନର ବିଗୁଲ ଫୁଙ୍କିଲେ

modi1

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ଲୋକାର୍ପିତ କରିଛନ୍ତି।

ଆଉ ଏହି ଅବସରରେ ଉଭୟ ତାଳଚେର ଓ ଝାରସୁଗୁଡ଼ାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସେ ତାଳଚେରରେ ସମାଲୋଚନା କରିଥିବା ବେଳେ ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଜବରଦସ୍ତ ସମାଲୋଚନା କରିଥିଲେ।

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ କହିଥିଲେ, ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି।
ତେଣୁ ଦିଲ୍ଲୀରେ ଥାଇ ଆମକୁ ଓଡ଼ିଶା ସରକାରଙ୍କୁ ଉଠାଇବାକୁ ପଡ଼ୁଛି। ରାଜ୍ୟର ବିକାଶ ହେଉ, ସେନେଇ ଓଡ଼ିଶା ସରକାରର ଚିନ୍ତା ନାହିଁ।”

“ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି। ଓଡ଼ିଶା ଏଯାଏ ଆୟୁଷ୍ମାନ ଭାରତରେ ସାମିଲ ହୋଇନାହିଁ।
ଏଯାଏ ଓଡ଼ିଶା ସାମିଲ ହୋଇନି, କହୁଛନ୍ତି ଆମେ ଚିନ୍ତା କରିବୁ।”

ଏହି ସଭାରେ ସେ ପିସି କଥା ଉଠାଇଥିଲେ।

ମୋଦି କହିଥିଲେ,“ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି। ଏ ପିସି ପାଇଁ କୌଣସି ପ୍ରକାର ବିକାଶ ହୋଇପାରୁନାହିଁ। ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ଯାଏ ସବୁଠି ଘୋଟାଲା ହେଉଛି। ରାଜ୍ୟରେ ଭ୍ରଷ୍ଟତନ୍ତ୍ର ଚାଲିଛି। ଏଭଳି ସ୍ଥିତିରେ ବିକାଶ କେମିତି ସମ୍ଭବ ହେବ?

ଆଉ ଏହା ସହିତ ସେ ପରିବର୍ତ୍ତନ କଥା ଉଠାଇଥିଲେ। ସେ କହିଥିଲେ, ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇପାରିବ।

ଏହା ପୂର୍ବରୁ ତାଳଚେରରେ ମୋଦି କହିଥିଲେ, ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନି। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଏ ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି। ନବୀନ ବାବୁ ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାକୁ ଅଛପା ନୁହେଁ।

ସେ କହିଥିଲେ,ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲିଛି। ଗରିବ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି। ସ୍ୱଚ୍ଛତା ମିଶନ ମାପଦଣ୍ଡରେ ଓଡ଼ିଶା ପଛରେ ପଡ଼ିଛି। ସ୍ୱଚ୍ଛତା ମିଶନ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହୋଇଥିଲି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଥିବା କହିଲି। ଏଠି ପୁଣି କହୁଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ।

ସେହିପରି ରାଜ୍ୟ ସରକାର କେଜି ପ୍ରତି ୧ ଟଙ୍କା ଦରରେ ଦେଉଥିବା ଚାଉଳର ବି ଗୁମର ଖୋଲିଥିଲେ ପ୍ରଧାନମନ୍ତ୍ରୀ।
ସେ କହିଥିଲେ,“କେନ୍ଦ୍ର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛି। ଅର୍ଥାତ୍ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି ସେଥିପାଇଁ କେନ୍ଦ୍ର କେଜି ପିଛା ୨୫/୩୦ ଟଙ୍କା ଦେଉଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଦେଉଛି।”



from Odisha Reporter https://ift.tt/2PTcNmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages