୩ ମିନିଟ୍‌ରେ ନିୟନ୍ତ୍ରଣ ହୋଇପାରିବ ରକ୍ତଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

୩ ମିନିଟ୍‌ରେ ନିୟନ୍ତ୍ରଣ ହୋଇପାରିବ ରକ୍ତଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ରକ୍ତଚାପ ଏବଂ ଅତ୍ୟଧିକ ଚିନ୍ତା ଶରୀର ପାଇଁ କ୍ଷତିକାରକ । ଏହି କାରଣରୁ ଆମେ ରକ୍ତଚାପ ବା ବ୍ଲଡପ୍ରେସର ଭଳି ସମସ୍ୟାରେ ପଡୁ। ବେଳେ ବେଳେ ଏମିତି ବି ହୁଏ, କେହି କେହି ରକ୍ତଚାପର ଶୀକାର ହୋଇ ପ୍ରାଣ ହରାନ୍ତି। ଏଣୁ ବେଳହୁଁ ସାବଧାନ ହୁଅନ୍ତୁ।

କ’ଣ ଏହି ରକ୍ତଚାପ

ଶିରାପ୍ରଶିରା ମାଧ୍ୟମରେ ରକ୍ତ ପ୍ରବାହିତ ହେଲେ ଆମ ଅଙ୍ଗପ୍ରତ୍ୟଙ୍ଗକୁ ଅମ୍ଲଜାନ ଆସେ। ରକ୍ତ ପ୍ରବାହିତ ହେଉଥିବା ସମୟରେ ଶିରାପ୍ରଶିରା ଉପରେ ଚାପ ପଡ଼ିଥାଏ।  ରକ୍ତରେ ଏହି ଚାପ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ହେଲେ ଏହାକୁ ରକ୍ତଚାପ କୁହାଯାଏ। ଏହି ଚାପ ଅଧିକ ହେଲେ ହାର୍ଟ ଷ୍ଟ୍ରୋକ୍‌ ଭଳି ସମ୍ଭାବନା ସୃଷ୍ଟି ହୋଇଥାଏ।

କେମିତି ପାଇବା ମୁକ୍ତି

ଆକ୍ୟୁପ୍ରେସର୍‌ର ସାହାଯ୍ୟରେ ଆପଣ ମାତ୍ର ୩ ମିନିଟର୍‌ ଏହି ହାର୍ଟ ଷ୍ଟ୍ରୋକ୍‌ରୁ ମୁକ୍ତି ପାଇ ପାରିବେ। ଆକ୍ୟୁପ୍ରେସର୍‌ ହେଉଛି ଚାଇନାର ଏକ ଚିକିତ୍ସା ପଦ୍ଧତି। ଏହା ଦ୍ୱାରା ରୋଗର ଚିକିତ୍ସା ପ୍ରାକୃତିକ ଉପାୟରେ କରାଯାଇଥାଏ। ଆମ ଶରୀରରେ ଏପରି କିଛି ବିନ୍ଦୁ ରହିଛି, ଯେଉଁ ବିନ୍ଦୁଙ୍କୁ ଶକ୍ତିଶାଳୀ ବିନ୍ଦୁ କୁହାଯାଏ। ଚୀନ୍‌ ଭାଷାରେ ଏହି ବିନ୍ଦୁକୁ ‘ଚି’ କୁହାଯାଇଥାଏ। ଯାହାକି ଶରୀର ଶକ୍ତିର ପ୍ରାଣକେନ୍ଦ୍ର ।

ଯଦି ଶରୀରରେ କୌଣସି ରୋଗ ହୁଏ, ତେବେ ଦେହରେ ଥିବା ଏହି ଶକ୍ତିକେନ୍ଦ୍ରରେ ଶକ୍ତି ପହଞ୍ଚିବା ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ବିନ୍ଦୁମାନଙ୍କ ଜରିଆରେ, ଯେବେ ଆମେ ସେହି ଶକ୍ତିକେନ୍ଦ୍ରରେ ଚାପ ପକାଇଥାଉ ସେତବେଳେ ଅଧିକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହି ପଦ୍ଧତିକୁ ରକ୍ତଚାପ ସମୟରେ ଆମେ ଶରୀରରେ ଉପଯୋଗ କରିପାରିବା ଓ ହାର୍ଟ ଷ୍ଟୋକ ଭଳି ସମସ୍ୟାରୁ ନିସ୍ତାର ପାଇପାରିବା ବୋଲି ବିଶେଷଜ୍ଞ ମତ ଦିଅନ୍ତି।

୩ ମିନିଟ୍‌ରେ ଚିକିତ୍ସା:
ରକ୍ତଚାପ ଦେଖାଦେଲେ ଆମ ଅଙ୍ଗରେ ଥିବା କିଛି ବିଶେଷ ଅଂଶକୁ ଚାପ ପକାଇବା ଉଚିତ୍‌। ଏପରି କଲେ ଏହା ନିୟନ୍ତ୍ରଣରେ ରହିଥାଏ। ଶରୀରର ଦୁଇଟି ଅଂଶକୁ  ଚାପ ପକାଇଲେ ରକ୍ତଚାପ କମ୍‌ ହୋଇଥାଏ। ଆସନ୍ତୁ ଜାଣିବା କ’ଣ କଲେ ଆମେ ସୁରକ୍ଷିତ ରହିବା।

ନିମ୍ନରେ ପ୍ରଦତ୍ତ ଫଟୋକୁ ଭଲ ଭାବେ ଦେଖନ୍ତୁ


ଉଚ୍ଚ ରକ୍ତଚାପକୁ ତୁରନ୍ତ ନିୟନ୍ତ୍ରଣ କରିବା ପାଇଁ ଚିତ୍ରରେ ଦେଖା ଯାଇଥିବା ପଏଣ୍ଟ-୧ ଏବଂ ପଏଣ୍ଟ୍‌ ୨କୁ ଭଲ ଭାବେ ଦେଖନ୍ତୁ। ଏହି ପଏଣ୍ଟ୍‌ କାନ ତଳେ ଥିବା ବେକ ଏବଂ କାନ ଓ ବେକର ହାଡ଼ ମଝିରେ ରହିଛି। ରକ୍ତଚାପ ବଢ଼ିଲେ ପଏଣ୍ଟ୍‌ ୧ ରୁ ୨କୁ ସଂଯୋଗ କରୁଥିବା ରେଖାକୁ ଆଙ୍ଗୁଳିରେ ଧିରେ ଧିରେ ଉପର ତଳ କରନ୍ତୁ। ଏହିପରି ୩ମିନିଟ୍‌ ପର୍ଯ୍ୟନ୍ତ କରିବା ପରେ, ସେହି ପଏଣ୍ଟ୍‌ ସକ୍ରିୟ ହୋଇଥାଏ ଏବଂ ଆପଣଙ୍କ ରକ୍ତଚାପ ଧିରେ ଧିରେ କମ୍‌ ହୋଇଥାଏ।

ଉଚ୍ଚ ରକ୍ତଚାପ ପାଇଁ ଆପଣଙ୍କ ତ୍ୱଚାରେ ଏକ ତୃତୀୟ ପଏଣ୍ଟ୍‌ ରହିଛି (ଚିତ୍ରରେ ଦେଖନ୍ତୁ), ଯାହା କାନର ଫଳି ପାଖରୁ ଏକ ରେଖା ବାହାରି ନାକ ପର୍ଯ୍ୟନ୍ତ ଲମ୍ୱିଥାଏ। ପଏଣ୍ଟ୍‌ ୧ ଏବଂ ୨କୁ ଛାଡ଼ି ପଏଣ୍ଟ୍‌ ୩କୁ ଏକ ମିନିଟ୍‌ ପର୍ଯ୍ୟନ୍ତ ଚାପି ରଖନ୍ତୁ। ଧ୍ୟାନ ରଖନ୍ତୁ, କେବଳ ହାତରେ ସେହି ସ୍ଥାନରେ ଥିବା ଶିରକୁ ହାଲ୍‌କା ଭାବରେ ଚାପି ଧରନ୍ତୁ। ଯଦି ଆପଣ ଏହି ପଏଣ୍ଟକୁ ପ୍ରତିଦିନ ଚାପି ଧରିବେ, ତେବେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ। ଏପରି କଲେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ।

ସୌଜନ୍ୟ: onlymyhealth



from Odisha Reporter https://ift.tt/2CXful6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages