
ଡବଲିନ୍: ଫ୍ଲାଇଟ ପାଇଁ ବିଳମ୍ବରେ ପହଞ୍ଚିଥିବା ଜଣେ ଯୁବକ ବିମାନ ଉଡ଼ାଣ ଆରମ୍ଭ କଲା ବେଳେ ‘ୱେଟ୍ ୱେଟ୍’ କହି ତା’ ପଛରେ ଦୌଡ଼ିବାକୁ ଲାଗିଲେ। ଏଥିପାଇଁ ତାଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି।
ଏଭଳି ଘଟଣା ଘଟିଛି ଆୟର୍ଲ୍ୟାଣ୍ଡର ଡବ୍ଲିନ୍ ବିମାନବନ୍ଦରରେ। ସକାଳ ୬.୫୦ରେ ଆମଷ୍ଟରଡ୍ୟାମ୍ ଯିବାକୁ ଥିବା ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସେକଣ୍ଡ ପରେ ସେ ପହଞ୍ଚିଥିଲେ। ବିମାନ ଉଡ଼ାଣ ଭରୁଥିବା ଦେଖି ସେ ଏହାକୁ ଅଟକିବାକୁ ଚିଲେଇବା ଆରମ୍ଭ କରିଥିଲେ। ବିମାନ କର୍ମଚାରୀ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସେ ମାନି ନଥିଲେ। ରନ୍ୱେକୁ ବସ୍ଷ୍ଟାଣ୍ଡ ଏବଂ ବିମାନକୁ ବସ୍ ଭାବିନେଇ ଏପରି କଲେ କାଳେ ବିମାନ ଅଟକି ଯିବ ବୋଲି ଭାବି ତା ପଛରେ ଦୌଡ଼ିଥିଲେ। ପରେ ତାଙ୍କୁ ରନ୍ୱେରୁ ଗିରଫ କରାଯାଇଥିଲା ଏବଂ ଏଥିପାଇଁ ବିମାନର ଉଡ଼ାଣରେ ସାମାନ୍ୟ ବିଳମ୍ବ ହୋଇଥିଲା।
from Odisha Reporter https://ift.tt/2DGMC0W
No comments:
Post a Comment