
ନ୍ୟୁୟର୍କ: ଜାତିସଂଘର ସାଧାରଣ ଅଧିବେଶନର ମଞ୍ଚରୁ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ପାକିସ୍ତାନ ଉପରେ ଜୋରଦାର ହମ୍ଲା କରିଛନ୍ତି। ଆତଙ୍କବାଦ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ପାକିସ୍ତାନ ଏହାର ପ୍ରଶଂସକ ସାଜିଛି ବୋଲି ସୁଷମା କହିଛନ୍ତି। ପାକିସ୍ତାନ ଓସାମା ବିନ୍ ଲାଡେନ୍ ଓ ହାଫିଜ୍ ସୟିଦ୍ ଭଳି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବାରୁ ସୁଷମା ଇସ୍ଲାମାବାଦ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ପାକିସ୍ତାନ ଆତଙ୍କବାଦୀଙ୍କୁ କେବଳ ହିରୋ ତୁଲ୍ୟ ମାନ୍ୟତା ଦେଉନାହିଁ ବରଂ ଭାରତ ବିରୋଧରେ ମିଥ୍ୟା ଅପପ୍ରଚାର କରିବାରେ ଲାଗିଛି ବୋଲି ସୁଷମା କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ନୂଆ ପାକିସ୍ତାନର ଅସଲ ମୁଖା ମଧ୍ୟ ସୁଷମା ଖୋଲି ଦେଇଛନ୍ତି। ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସପକ୍ଷରେ ମଧ୍ୟ ସୁଷମା ମତ ରଖିଛନ୍ତି।
ଅନ୍ୟପକ୍ଷରେ ସୀମାରେ ପାକିସ୍ତାନ ହିଂସା ସୃଷ୍ଟି କରୁଛି ବୋଲି ସୁଷମା ଜାତିସଂଘର ମଞ୍ଚରେ କହୁଥିବା ବେଳେ ଇସ୍ଲାମାବାଦ ଏହା ସତ ବୋଲି ପ୍ରମାଣିତ କରିଦେଇଛି। ସୁଷମା ଜାତିସଂଘରେ ଉଦ୍ବୋଧନ ଦେଉଥିବା ବେଳେ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ଟଙ୍ଗଧର ସେକ୍ଟରସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ କରିଛି। ଆଜି ସନ୍ଧ୍ୟା ୭.୩୦ରୁ ପାକ୍ ସେନା ସ୍ୱୟଂ ଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ପୋଷ୍ଟକୁ ଟାର୍ଗେଟ କରିଥିଲା। ଅବଶ୍ୟ ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା।

ଆମେରିକାର ନ୍ୟୁୟର୍କଠାରେ ଚାଲିଥିବା ଜାତିସଂଘର ସାଧାରଣ ଅଧିବେଶନର ୭୩ ତମ ସଂସ୍କରଣରେ ଆଜି ସୁଷମା ସ୍ୱରାଜ ଉଦ୍ବୋଧନ ଦେଇଥିଲେ। ସୁଷମାଙ୍କ ଏହି ୨୫ ମିନିଟ୍ର ଭାଷଣରେ ସେ ୯/୧୧ ଆତଙ୍କବାଦୀ ହମ୍ଲାଠାରୁ ଆରମ୍ଭ କରି ମୁମ୍ବାଇ ୨୬/୧୧ ଆକ୍ରମଣ, ପଠାନ୍କୋଟ୍ ହମ୍ଲା ଓ ଭାରତ କାହିଁକି ପାକିସ୍ତାନ ସହ ଆଲୋଚନା ବାତିଲ କଲା, ସେକଥା ମଧ୍ୟ ବିଶ୍ୱ ଦରବାରରେ ଉପସ୍ଥାପନ କରିଛନ୍ତି।
ଏବେ ଆତଙ୍କବାଦ ଧୀରେଧୀରେ ସମଗ୍ର ବିଶ୍ୱକୁ କବଳିତ କରିବାକୁ ବସିଛି। ଭାରତ ସୀମା ପାର ଆତଙ୍କବାଦ ଦ୍ୱାରା ପ୍ରଭାବିତ ହେଉଛି। ପାକିସ୍ତାନ ଓସାମା ବିନ୍ ଲାଡେନ୍ଙ୍କୁ ଆଶ୍ରୟ ଦେଇଥିବା ବେଳେ ଆମେରିକା ତାକୁ ହତ୍ୟା କରିଥିଲା। କିନ୍ତୁ ୨୬/୧୧ ଆତଙ୍କବାଦୀ ହମ୍ଲାର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ ଏବେ ବି ବେଶ ଆରାମ୍ରେ ପାକିସ୍ତାନରେ ବୁଲୁଛି। ସେ ନିର୍ବାଚନ ଲଢ଼ୁଛି ଓ ସିଧାସଳଖ ଭାରତକୁ ଧମକ ଦେଉଛି।
ଭାରତ ଇସ୍ଲାମାବାଦ ସହ ଆଲୋଚନା କରିବାକୁ ଚାହୁଁନାହିଁ ବୋଲି ପାକିସ୍ତାନ କହୁଛି। କିନ୍ତୁ ଏହା ଏକ ମିଛ ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ବେଳେ ବିଶ୍ୱର ସମସ୍ତ ରାଷ୍ଟ୍ରର ନେତାଙ୍କୁ ଡାକି ବନ୍ଧୁତାର ହାତ ବଢ଼ାଇଥିଲେ। ୨୦୧୪ରେ ଆମେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଚାହିଁଥିଲୁ। କିନ୍ତୁ ପାକିସ୍ତାନ ଉରି ଓ ପଠାନ୍କୋଟରେ ଆତଙ୍କବାଦୀ ହମ୍ଲା କରିଥିଲା। ଏହାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରର ୩ ଜଣ ପୁଲିସ୍ଙ୍କୁ ଅପହରଣ କରି ହତ୍ୟା କରାଗଲା। ଏପରି ସ୍ଥିତିରେ କ’ଣ ଆଲୋଚନା ସମ୍ଭବ?

ପାକିସ୍ତାନ ଜାତିସଂଘରେ ଭୁଲ ଫଟୋ ଦେଖାଇ ଭାରତ ମାନବାଧିକାର ଉଲ୍ଲଙ୍ଘନ କରୁଛି ବୋଲି ନିରାଧାର ଆରୋପ ଲଗାଉଛି। କିନ୍ତୁ କିଏ ମାନବାଧିକାର ଉଲ୍ଲଙ୍ଘନ କରୁଛି, ସେକଥା ସମସ୍ତେ ଜାଣିଛନ୍ତି। ତେଣୁ ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱ ଏକାଠି ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।
ଭାଷଣ ଆରମ୍ଭରୁ ସୁଷମା ଇଣ୍ଡୋନେସିଆ ସୁନାମିରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ।
ଦେଖନ୍ତୁ ଭିଡିଓ
#WATCH: EAM Sushma Swaraj in her address at #UNGA reacts on meeting between her and Pakistan foreign minister on the sidelines of UNGA called off by India pic.twitter.com/lobY7BKLWj
— ANI (@ANI) September 29, 2018
#WATCH: EAM Sushma Swaraj says at #UNGA, "9/11 ka mastermind to maara gaya, kintu 26/11 ka mastermind Hafiz Saeed aaj bhi khula ghum raha hai. Ralliyan karta hai, chunav ladwata hai, sareaam Bharat ko dhamkiya deta hai" pic.twitter.com/wkn5OOColn
— ANI (@ANI) September 29, 2018
from Odisha Reporter https://ift.tt/2NPMO2w
No comments:
Post a Comment