ଲୋକସଭା ନିର୍ବାଚନ ଲଢ଼ିବେ କହ୍ନେୟା କୁମାର, ଜାଣନ୍ତୁ କେଉଁ ଦଳରୁ ଏବଂ କେଉଁ ଆସନରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଲୋକସଭା ନିର୍ବାଚନ ଲଢ଼ିବେ କହ୍ନେୟା କୁମାର, ଜାଣନ୍ତୁ କେଉଁ ଦଳରୁ ଏବଂ କେଉଁ ଆସନରୁ

ପାଟନା: ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ପୂର୍ବତନ  ସଭାପତି  କହ୍ନେୟା କୁମାର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ବିଗତ ଦିନର ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘେରକୁ ଆସିଥିବା କହ୍ନେୟା କୁମାର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ବିହାରର ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ବିତା କରିବେ।

ତାଙ୍କୁ ବିହାରର ମହାମେଣ୍ଟ -ଆରଜେଡି, କଂଗ୍ରେସ, ଏନ୍‌ସିପି, ଜିତନ ରାମ ମାଂଝିଙ୍କ ନେତୃତ୍ଵାଧୀନ ଦଳ ‘ହମ’(ଏସ୍‌), ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଏବଂ ବାମଦଳ- ପକ୍ଷରୁ ସର୍ବସମ୍ମତି କ୍ରମେ ସମର୍ଥନ କରାଯାଇଛି। ଏହି ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜେଶ୍ୱର ଯାଦବ କହ୍ନେୟା କୁମାରଙ୍କୁ ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ଟିକେଟ ଦେବା ନେଇ ରାଜି ହୋଇଛନ୍ତି।

କହ୍ନେୟା କୁମାର ସିପିଆଇ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ତେବେ ମହାମେଣ୍ଟ ତରଫରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ଲାଲୁ ପ୍ରସାଦ କହିଛନ୍ତି।

କହ୍ନେୟା କୁମାରଙ୍କ ଘର  ବେଗୁସରାଇ ଜିଲ୍ଲା ବରୌନି ବ୍ଳକର ବିହତ୍‌ ପଞ୍ଚାୟତରେ। ତାଙ୍କ ମା’ ମୀନା ଦେବୀ ବେଗୁସରାଇରେ ଅଙ୍ଗନବାଡ଼ି କର୍ମୀ  ଥିବା ବେଳେ ବାପା ଜୟଶଙ୍କର ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ବେଗୁସରାଇ ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନ ବିଜେପିରୁ  ଭୋଳା ସିଂହ ଲୋକସଭାର ଏମପି ଅଛନ୍ତି। ଏହି ଆସନରୁ ବିଜେପି ୨୦୧୪ରେ ପ୍ରଥମ ଥର ପାଇଁ  ନିଜ କବ୍‌ଜାକୁ ନେଇ ପାରିଥିଲା।

୨୦୧୪ ସାଧାରଣ ନିର୍ବାଚନରେ ଆରଜେଡି ଏଠି ୫୮,୦୦୦ ଭୋଟ୍‌ ପାଇଥିବା ବେଳେ ବିଜେପି ୪ ଲକ୍ଷ ୨୮ ହଜାର ୨୨୭ ଭୋଟ୍‌ ପାଇଥିଲା। ତେବେ ଏଥର ଉକ୍ତ ଆସନରୁ କହ୍ନେୟା କୁମାର ଲଢ଼ୁଥିବାରୁ ବିଜେପି ସହ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, କହ୍ନେୟା କୁମାର ପ୍ରତ୍ୟକ୍ଷ ରାଜନୀତି ତଥା ନିଜ ଦଳକୁ ଆସନ୍ତୁ ବୋଲି ଲାଲୁଙ୍କର ଇଚ୍ଛା ଥିଲା। ଏବେ କହ୍ନେୟା କୁମାର ଆସିବା ପରେ ମହାମେଣ୍ଟରେ ଉତ୍ସାହ ବଢ଼ିଥିବା ବେଳେ ଆଗକୁ ରାଜନୀତି ପାଣିପାଗ ଆହୁରି ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2oxAIMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages