ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଫସାଇ ମନ୍ଦିରରେ ବାହାହେଲେ ଜେଲର୍, ଏବେ ଭିଡିଓ ଭାଇରାଲ୍‌ କରିବାକୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଫସାଇ ମନ୍ଦିରରେ ବାହାହେଲେ ଜେଲର୍, ଏବେ ଭିଡିଓ ଭାଇରାଲ୍‌ କରିବାକୁ ଧମକ

love

ଭଦ୍ରକ (ତପନ ସ୍ୱାଇଁ): ସ୍ତ୍ରୀ ଓ ଦୁଇ ଛୁଆର ବାପ ହେଉଛନ୍ତି ଏଇ ଜେଲର୍ । ଏବେ ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଜବରଦସ୍ତ ବିବାହ କରିଛନ୍ତି। ବିବାହ ପରେ ସେ ଦ୍ୱିତୀୟ ପତ୍ନୀ (ଛାତ୍ରୀ)ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି।
ଏପରିକି ଛାତ୍ରୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ ଦେଉଛନ୍ତି। ଆଜି ଏମିତି ଅଭିଯୋଗ ଆସିଛି ଭଦ୍ରକ ଜେଲ୍‌ର ଚିନ୍ମୟ ପାତ୍ରଙ୍କ ବିରୋଧରେ। ଜଣେ ଇଞ୍ଜିନିୟରିଂ ଛାତ୍ରୀ ଏନେଇ ଭଦ୍ରକ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୂରା ଘଟଣା ଏମିତି। ବାଲେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ ମେକାନିକାଲ୍‌ ଟ୍ରେଡ୍‌ରେ ପାଠ ପଢ଼ନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଲକ୍ଷ୍ମୀ (ଛଦ୍ମନାମ) ନାମକ ଜଣେ ଛାତ୍ରୀ। ସେଠାରେ ରହଣି ସମୟରେ ଫେସ୍‌ବୁକ୍‌ରେ ବନ୍ଧୁତା ହୁଏ କରଞ୍ଜିଆର ଜେଲର୍ ଚିନ୍ମୟଙ୍କ ସହିତ।
rape-in-bhadraକଥାବାର୍ତ୍ତା ଛଳରେ ଚିନ୍ମୟ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲେ ଲକ୍ଷ୍ମୀଙ୍କୁ। ତା’ପରେ କୌଶଳ କ୍ରମେ ଲକ୍ଷ୍ମୀଙ୍କଠାରୁ ଘରର ଠିକଣା ନେଇ ପରିବାର ଲୋକଙ୍କୁ ମଧ୍ୟ ଭେଟିଥିଲେ ଓ ନିଜ ବିଷୟରେ ମିଛ କାହାଣୀ କହି ସେମାନଙ୍କ ମନ କିଣି ନେଇଥିଲେ।
ଲକ୍ଷ୍ମୀଙ୍କ ପରିବାର ଲୋକ ମଧ୍ୟ ପୁଅ ପରି ତାଙ୍କୁ ଗ୍ରହଣ କରିନେଇଥିଲେ। ଫଳରେ ଚିନ୍ମୟ ଅଧିକ ସମୟ ଲକ୍ଷ୍ମୀଙ୍କ ସହିତ ବିତାଇବାର ସୁଯୋଗ ପାଇଥିଲେ।
ଚିନ୍ମୟ ବାଲେଶ୍ୱରରେ ରହୁଥିବା ବେଳେ ଅନେକ ସମୟରେ ଲକ୍ଷ୍ମୀଙ୍କ ପାଖକୁ ଯାଉଥିଲେ। ଦିନେ ହଠାତ ଚିନ୍ମୟ ବାଲେଶ୍ୱରରେ ପହଞ୍ଚି ଲକ୍ଷ୍ମୀକୁ ଜବରଦସ୍ତ ମୟୂରଭଞ୍ଜର ଖିଚିଂ ମନ୍ଦିରକୁ ନେଇଯାଇଥିଲେ। ସେଠାରେ ଲକ୍ଷ୍ମୀଙ୍କ ମୁଣ୍ଡରେ ସିନ୍ଦୂର ଦେଇ ବିବାହ କରିଥିଲେ। ବିବାହ ପରେ ଉଭୟ କରଞ୍ଜିଆରେ ଥିବା ଚିନ୍ମୟଙ୍କ କ୍ୱାର୍ଟର୍ସକୁ ଚାଲି ଯାଇଥିଲେ। ସେଠାରେ ଉଭୟ ପତି-ପତ୍ନୀ ଭଳି ରହିଥିଲେ।

ଦିନେ ହଠାତ ଚିନ୍ମୟଙ୍କ ପାଖକୁ ଜଣେ ମହିଳାଙ୍କ ଭିଡିଓ କଲ୍‌ ଆସିଥିଲା। ଫୋନ୍‌ କରିଥିବା ମହିଳା କିଏ ବୋଲି ଲକ୍ଷ୍ମୀ ବାରମ୍ୱାର ପଚାରୁଥିଲେ ମଧ୍ୟ ଚିନ୍ମୟ ସଠିକ୍‌ ଉତ୍ତର ଦେଉନଥିଲେ। ବୁଝୁ ବୁଝୁ ଲକ୍ଷ୍ମୀ ଜାଣିବାକୁ ପାଇଲେ ଯେ, ଫୋନ୍‌ କରିଥିବା ମହିଳା ହେଉଛନ୍ତି ଚିନ୍ମୟଙ୍କ ପ୍ରଥମ ପତ୍ନୀ। ଏହାଛଡ଼ା ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି।

ଏହା ଜାଣିବା ପରେ ଲକ୍ଷ୍ମୀ ବିଚଳିତ ହୋଇ ପଡ଼ିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବି ବୋଲି ଚିନ୍ମୟ ଧମକ ଦେଇଥିଲେ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବି ବୋଲି ଲକ୍ଷ୍ମୀ ଧମକ ଦେଇଥିଲେ।
ଏହା ଭିତରେ ଚିନ୍ମୟଙ୍କର ଭଦ୍ରକ ଜେଲ୍‌କୁ ବଦଳି ହୋଇଯାଇଥିଲା। ସେ ଏଠାରେ ରହୁଥିବା ବେଳେ ଲକ୍ଷ୍ମୀଙ୍କୁ ଡାକି ମାଡ଼ ମାରିଥିଲେ। ଏପରିକି ଲକ୍ଷ୍ମୀଙ୍କ ପାଖରୁ ଲ୍ୟାପ୍‌ଟପ୍‌, ମୋବାଇଲ୍‌ ଓ ମନ୍ଦିରରେ ବିବାହ ସମୟର କାଗଜପତ୍ର ନେଇ ଯାଇଥିଲେ।

ଜୀବନ ପ୍ରତି ବିପଦ ଥିବାରୁ ଏନେଇ ଲକ୍ଷ୍ମୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2oDBOXb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages