ଲଞ୍ଚ୍ ହେଲା ୩ଟି ନୂଆ ଆଇଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଲଞ୍ଚ୍ ହେଲା ୩ଟି ନୂଆ ଆଇଫୋନ୍‌

mobile

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲ୍‌ର iPhone XS, iPhone XS Max ଓ iPhone XR ଲଞ୍ଚ୍ ହୋଇଛି। ଏହାସହ କମ୍ପାନୀ iPhone Xକୁ ବନ୍ଦ କରିଦେଇଛି। ବନ୍ଦର ଅର୍ଥ, ଏହାକୁ କମ୍ପାନୀର ୱେବ୍‌ସାଇଟ୍‌ରୁ ହଟାଇ ଦିଆଗଲା। ଏହାସହ iPhone SE ଓ iPhone 6କୁ ମଧ୍ୟ କମ୍ପାନୀ ନିଜ ୱେବ୍‌ସାଇଟ୍‌ରୁ ହଟାଇ ଦେଇଛି।

ଆପଲ୍ ଭାରତୀୟ ବଜାରରେ ହେଡ୍‌ଫୋନ୍‌ ଜ୍ୟାକ୍‌ ଯୁକ୍ତ ସମସ୍ତ ଫୋନ୍‌ଗୁଡ଼ିକୁ ବନ୍ଦ କରିଦେଇଛି।

ବର୍ତ୍ତମାନ ଆପଲ୍‌ର ଭାରତୀୟ ୱେବସାଇଟ୍‌ରେ iPhone XS, iPhone XR, iPhone 8 ଓ iPhone 7 ଉପଲବ୍ଧ ହେଉଛି। iPhone XR ମୂଲ୍ୟ ୭୯,୦୦୦ ଟଙ୍କାରୁ ଆରମ୍ଭ ହେଉଛି।

ନୂଆ ଫୋନ୍‌ଗୁଡ଼ିକ ମଧ୍ୟରେ ୨ଟି ସ୍ମାର୍ଟ ଫୋନ୍‌ ଡିଜାଇନ୍‌ ପ୍ରାୟ ଏକା ଭଳି ରହିଛି। iPhone XS ଓ XS Max ଗୋଲ୍ଡ କଲର ଭେରିଆଣ୍ଟ ଉପଲବ୍ଧ ହେଉଛି। iPhone XS ଓ iPhone XS Max ଭାରତରେ ସେପ୍ଟେମ୍ବର ୨୮ରୁ ମିଳିବ। କମ୍ପାନୀ ମୁତାବକ ଭାରତରେ iPhone Xsର 64GB ଭେରିଆଣ୍ଟର ମୂଲ୍ୟ ୯୯,୯୦୦ ଟଙ୍କା ଓ 64GB iPhone Xs Max ୧,୦୯,୯୯୦ ଟଙ୍କା ରହିଛି।
ସେହିଭଳି iPhone XRର ୩ଟି ଭେରିଏଣ୍ଟ 64GB, 128GB ଓ 256GB ରହିଛି। ସବୁଥର ଭଳି ଏଥର ମଧ୍ୟ କମ୍ପାନୀ ଫୋନ୍‌ର ରାମ୍‌ ଓ ବ୍ୟାଟେରୀ ବିଷୟରେ କିଛି ସୂଚନା ଦେଇନାହିଁ।



from Odisha Reporter https://ift.tt/2xaG4Bb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages