ଜଷ୍ଟିସ୍‌ ଗୋଗୋଇଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଜଷ୍ଟିସ୍‌ ଗୋଗୋଇଙ୍କ ନାଁରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନାଁ ଉପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି। ଆସନ୍ତା ଅକ୍ଟୋବର ୩ ତାରିଖଠାରୁ ଜଷ୍ଟିସ୍‌ ଗୋଗୋଇ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।
ଅକ୍ଟୋବର ୨ରେ ବର୍ତ୍ତମାନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ଦୀପକ ମିଶ୍ରଙ୍କକ କାର୍ଯ୍ୟକାଳ ଶେଷ ହେବ।
ଜଷ୍ଟିସ୍‌ ମିଶ୍ର ତାଙ୍କ ତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ ନାଁକୁ ସୁପାରିସ୍‌ କରିଥିଲେ। କେନ୍ଦ୍ର ଆଇନ୍‌ ମନ୍ତ୍ରଣାଳୟ ଏହାକୁ ତର୍ଜମା କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଥିଲା। ଆଜି ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇଛନ୍ତି।
ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଘର ଆସାମ ହୋଇଥିବାରୁ ସେ ପ୍ରଥମ ବ୍ୟକ୍ତି ଭାବେ ଉତ୍ତର ପୂର୍ବ ଭାରତରୁ ପ୍ରଧାନ ବିଚାରପତି ପଦକୁ ପଦୋନ୍ନତି ପାଇବାର ରେକର୍ଡ କରିଛନ୍ତି।
୨୦୧୯ ନଭେମ୍ବର ମାସରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଗୋଗୋଇ ୧୩ ମାସ ଯାଏ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।
୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍‌ ଗୋଗୋଇ ୧୯୭୮ରେ ବାର୍‌ରେ ଯୋଗଦେଇଥିଲେ। ୨୦୦୧ରେ ଜଷ୍ଟିସ୍‌ ଗୋଗୋଇଙ୍କୁ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୧ ଫେବୃଆରୀ ୧୨ରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଏବଂ ୨୦୧୨ ମସିହାରେ ପଦୋନ୍ନତି ପାଇ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। 
ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ସେ ହିଁ ସର୍ବୋଚ୍ଚ ଅଦାଲତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଜଷ୍ଟିସ୍‌ ଦୀପକ ମିଶ୍ର କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।
ଜାନୁଆରୀ ମାସରେ ସୁପ୍ରିମକୋର୍ଟର ଯେଉଁ ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ  ବିଷୋଦଗାର କରିଥିଲେ, ସେମାନଙ୍କ ମଧ୍ୟରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଥିଲେ ଅନ୍ୟତମ।ଏହା ସତ୍ତ୍ୱେ ଜଷ୍ଟିସ୍‌ ଦୀପକ ମିଶ୍ର ପୂର୍ବ ଅନୁସୃତ ପରମ୍ପରା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ଭାବେ ଦ୍ଵିତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ ନାଁକୁ ହିଁ ସୁପାରିସ୍‌ କରିଥିଲେ।


from Odisha Reporter https://ift.tt/2p2ryaW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages