
ସାଲେପୁର(ଓଡ଼ିଶା ରିପୋର୍ଟର): ମୋବାଇଲ୍ରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଉମର ଗାଁରୁ ଏହି ଅଭିଯୋଗ ଆସିଛି। ତାଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କୁ ୨୪ ବର୍ଷ ହୋଇଥିଲା।
ଉମାକାନ୍ତ ଯୁକ୍ତ ଦୁଇ ପଢ଼ିବା ପରେ ଗତ କିଛି ବର୍ଷ ହେବ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଦୁଇ ମାସ ତଳେ ଚେନ୍ନାଇରୁ ସେ ଘରକୁ ଫେରିଥିଲେ। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଗାଁର ଏକ ନିର୍ମାଣାଧୀନ କ୍ଲବ୍ ଘରୁ ଉଦ୍ଧାର କରାଯାଇଛି।
ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍ ଡାଉନ୍ଲୋଡ୍ ହୋଇଥିବା ଜଣାପଡ଼ିଛି। ତେଣୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି। ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2wIejRa
No comments:
Post a Comment