ସବୁଦିନେ ବହି ପଢ଼ିଲେ କେବଳ ଜ୍ଞାନ ବଢ଼େ ନାହିଁ, ଆହୁରି ଅନେକ ଉପକାର ମିଳେ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ସବୁଦିନେ ବହି ପଢ଼ିଲେ କେବଳ ଜ୍ଞାନ ବଢ଼େ ନାହିଁ, ଆହୁରି ଅନେକ ଉପକାର ମିଳେ   

reading56

ନୂଆଦିଲ୍ଲୀ:  କୁହାଯାଏ ବହି ହିଁ ସମସ୍ତଙ୍କର ପ୍ରକୃତ ବନ୍ଧୁ। ବହି ପଢ଼ିବା ଦ୍ୱାରା ଜ୍ଞାନ ବଢ଼ିଥାଏ। ତେବେ ଜାଣନ୍ତି, ବହି ପଢ଼ିବା ଦ୍ୱାରା କେବଳ ଜ୍ଞାନ ବଢ଼େ ନାହିଁ, ଆମ ଶରୀରକୁ ମଧ୍ୟ ଏଥିରୁ ଅନେକ ଉପକାର ମିଳେ।

ସ୍କଟ୍‌ଲ୍ୟାଣ୍ଡରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ନାଚନ୍ତି ଓ ନାଟକ ଦେଖନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ। ସେହିଭଳି ଯେଉଁମାନେ ବହି ପଢ଼ନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଏଥିରୁ ଜଣାପଡ଼ିଥିଲା ଯେ ଯେଉଁମାନଙ୍କର ପ୍ରତିଦିନ ବହି ପଢ଼ିବାର ଅଭ୍ୟାସ ଅଛି, ସେମାନେ ବହି ପଢୁ ନଥିବା ଲୋକଙ୍କଠାରୁ ୩୩% ଅଧିକ ସୁସ୍ଥ।

ତା’ହେଲେ ଆସନ୍ତୁ ଜାଣିବା ବହି ପଢ଼ିଲେ ଆମର କ’ଣ ଉପକାର ହୁଏ।

ମାନସିକ ଶାନ୍ତି ମିଳେ: ବହି ପଢ଼ିବା ଦ୍ୱାରା ମାନସିକ ଶାନ୍ତି ମିଳେ। ବିଷାଦ ଓ ମାନସିକ ଚାପ ଦୂର ହୁଏ।

ମସ୍ତିଷ୍କ ସତେଜ ରହେ: ବହି ପଢ଼ିବା ଦ୍ୱାରା ମସ୍ତିଷ୍କ ସତେଜ ରହିଥାଏ। ଟିଭି ଦେଖିବା ଏବଂ କମ୍ପ୍ୟୁଟରରେ କାମ କରିବା ତୁଳନାରେ ବହି ପଢ଼ିଲେ ମସ୍ତିଷ୍କ ସତେଜ ରହେ। ଏହା ସହିତ ବିଚାର ଶକ୍ତି ମଧ୍ୟ ବଢ଼େ।

ଆଇ-କ୍ୟୁ ସ୍ତର ବଢ଼େ: ଯେଉଁମାନେ ଅଧିକ ପଢ଼ନ୍ତି ସେମାନଙ୍କ ଆଇ-କ୍ୟୁ ସ୍ତର ଅଧିକ ରହେ। ଛୁଆମାନଙ୍କୁ ଛୋଟରୁ ପଢ଼ିବା ଅଭ୍ୟାସ କରାଇପାରିଲେ ସେମାନଙ୍କ ଆଇ-କ୍ୟୁ ସ୍ତର ଭଲ ରହେ।

ଅଲ୍‌ଜାଇମର ରୋଗରୁ ମୁକ୍ତି ଦିଏ: ଅଲ୍‌ଜାଇମର ଏକ ପ୍ରକାର ମାନସିକ ରୋଗ। ବୟସ ବଢ଼ିବା ଦ୍ୱାରା ଲୋକଙ୍କ ସ୍ମରଣଶକ୍ତି କମିଥାଏ। ତେବେ ବହି ପଢ଼ିବା ଅଭ୍ୟାସ ଥିଲେ ଅଲ୍‌ଜାଇମର ବିକଶିତ ହେବାର ସମ୍ଭାବନା କମ୍ ହୋଇଯାଏ। ଏଣୁ ଅଲ୍‌ଜାଇମରରୁ ବଞ୍ଚିବା ପାଇଁ ବହି ପଢ଼ନ୍ତୁ।

ଭଲ ନିଦ ହୁଏ: ରାତିରେ ବହୁ ସମୟ ଯାଏ ଟିଭି ଦେଖିଲେ ଅବା କମ୍ପ୍ୟୁଟର ସମ୍ମୁଖରେ ବସିଲେ ଆଉ ନିଦ ହୁଏନି। କିନ୍ତୁ ରାତିରେ ଖାଇ ସାରିବା ପରେ କିଛି ସମୟ ବହି ପଢ଼ିଲେ ଭଲ ନିଦ ହୁଏ। ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ବହି ପଢ଼ିବାକୁ ଭୁଲନ୍ତୁ ନାହିଁ।

 



from Odisha Reporter https://ift.tt/2NK3rZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages