ଭାବୀ ସନ୍ତାନ ପାଇଁ ବିରାଟଙ୍କ ପାଖରେ ଏମିତି ସର୍ତ୍ତ ରଖିଛନ୍ତି ଅନୁଷ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଭାବୀ ସନ୍ତାନ ପାଇଁ ବିରାଟଙ୍କ ପାଖରେ ଏମିତି ସର୍ତ୍ତ ରଖିଛନ୍ତି ଅନୁଷ୍କା

ମୁମ୍ବାଇ: ଅନୁଷ୍କା ଶର୍ମା ଆଜିକାଲି ନିଜର ଅପ୍‌କମିଂ ଫିଲ୍ମ ‘ସୁଇ ଧାଗା’ର ପ୍ରମୋସନ୍‌ରେ ବ୍ୟସ୍ତ ଥିବାବେଳେ ପତିଦେବ ବିରାଟ୍‌ କୋହଲି ଇଂଲଣ୍ଡରେ ଟେଷ୍ଟ୍‌ ମ୍ୟାଚ୍‌କୁ ନେଇ ବ୍ୟସ୍ତ। ଉଭୟେ ନିଜ ନିଜ କାମରୁ ବିରତି ପାଇବା ପରେ ଯାଇ ଏକାଠି ଛୁଟି କାଟିବେ।

ଏବେ କିନ୍ତୁ ଫ୍ୟାନ୍‌ମାନେ ‘ବିରୁଷ୍କା’ଙ୍କ ଭାବୀ ସନ୍ତାନର ଅପେକ୍ଷାରେ ଅଛନ୍ତି। ତେବେ ସନ୍ତାନ ଜନ୍ମ ନେବା ପୂର୍ବରୁ ଅନୁଷ୍କା ବିରାଟ୍‌ଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି। ସୂଚନା ଅନୁସାରେ, ଅନୁଷ୍କା ନିଜ ଭାବୀ ସନ୍ତାନକୁ ଏକ ସାଧରଣ ପିଲା ପରି ବଢାଇବାକୁ ଚାହୁଛନ୍ତି। ସେମାନଙ୍କ କାମର ପ୍ରଭାବ ତାଙ୍କ ପିଲା ଉପରେ ପଡ଼ୁ ବୋଲି ଅନୁଷ୍କା ଚାହାନ୍ତି ନାହିଁ। ତେଣୁ ନିଜ ସନ୍ତାନଙ୍କୁ ସେଲିବ୍ରିଟି ପିଲା ଭାବେ ନବଢାଇବାକୁ ସେ ବିରାଟ୍‌ଙ୍କୁ ବୁଝାଇ ଦେଇଛନ୍ତି।

ଅନୁଷ୍କାଙ୍କ ଏପରି ସର୍ତ୍ତକୁ ବିରାଟ୍‌ ମଧ୍ୟ ବେଶ୍ ଆଗ୍ରହର ସହ ଗ୍ରହଣ କରିଛନ୍ତି। ପୂର୍ବରୁ ଏସମ୍ପର୍କରେ ନିଜେ ବିରାଟ ମଧ୍ୟ ସ୍ପଷ୍ଟ କରି ଦେଇଥିଲେ।

ବିରାଟ୍‌ କହିଥିଲେ, ସେ ଅନୁଷ୍କାଙ୍କଠାରୁ ବହୁତ କିଛି ଶିଖିଛନ୍ତି। ଗତ କିଛି ବର୍ଷ ଭିତରେ ଅନୁଷ୍କାଙ୍କ ପାଇଁ ସେ ନିଜ ଭିତରେ ଅନେକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଛନ୍ତି। ଯାହା ସେ ପୂର୍ବରୁ କେବେ କରି ନଥିଲେ, ଏବେ ସେସବୁ କରୁଛନ୍ତି। ଅନୁଷ୍କା ବହୁତ ଧର୍ମପରାୟଣା ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଛି ଏବଂ ଏଥିଯୋଗୁ ନିଜ ଭିତରେ ବହୁ ସକାରାତ୍ମକ ପରିବର୍ତ୍ତନ ହୋଇଛି ବୋଲି ବିରାଟ୍‌ କହିଥିଲେ।

ବିରାଟ୍‌ଙ୍କ କହିବା ଅନୁସାରେ, ଅନୁଷ୍କା ଚାହାନ୍ତି ଯେ ସେମାନଙ୍କ କ୍ୟାରିୟର ସହ ଜଡ଼ିତ କୌଣସି କଥା ଘରେ ଆଲୋଚନା ହେବ ନାହିଁ। ଏପରିକି ଉଭୟେ ପାଇଥିବା ଟ୍ରଫି କିମ୍ବା ଅନ୍ୟ କୌଣସି ଆଚିଭ୍‌ମେଣ୍ଟ୍‌ ସେମାନଙ୍କ ଘରେ ବି ରହିବ ନାହିଁ। କାରଣ ସେମାନଙ୍କ ପିଲା ବଡ଼ ହେବା ସମୟରେ ଆଦୌ ଅନୁଭବ ନକରୁ ଯେ ସେ ଏକ ସେଲେବ୍ରିଟି ଘରର ପିଲା।

ଗତ ବର୍ଷ ଅନୁଷ୍କା ଓ ବିରାଟ ଇଟାଲିରେ ବିବାହ କରିଥିଲେ।



from Odisha Reporter https://ift.tt/2wVQLrY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages