ଝିଅ ସାରାଙ୍କ ପାଇଁ ସଚିନ ଗର୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଝିଅ ସାରାଙ୍କ ପାଇଁ ସଚିନ ଗର୍ବିତ

sachin

ମୁମ୍ବାଇ: ଝିଅ ସାରା ପାଇଁ ଭାରତରତ୍ନ ସଚିନ ତେନ୍ଦୁଲକର ବହୁତ ଖୁସି ଓ ଗର୍ବିତ। ଉପର ଫଟୋଟି ଦେଖି ଆପଣ କିଛି କିଛି ଅନ୍ଦାଜ ଲଗାଇ ସାରିବେଣି।

ଏବେ ଆମେ ଆପଣଙ୍କୁ ପୂରା କଥାଟି କହି ଦେଉଛୁ। ଏଇ ଫଟୋଟିକୁ ସଚିନ ଗତ ଶୁକ୍ରବାର ତାଙ୍କ ଟ୍ୱିଟର୍‌ ପେଜ୍‌ରେ ପୋଷ୍ଟ୍ କରିଛନ୍ତି।

ତାଙ୍କ ଝିଅ ମେଡିସିନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାହା ପୁଣି ୟୁନିଭର୍ସିଟି କଲେଜ୍ ଅଫ୍ ଲଣ୍ଡନ୍‌ (ୟୁସିଏଲ୍‌)ରୁ। ସାରା ତାଙ୍କ ଡିଗ୍ରୀ ଗ୍ରହଣ କରିବା ଅବସରରେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ସେହି ଅବସରରେ ସଚିନ ଏଇ ଫଟୋ ଉଠାଇ ଥିଲେ।

ସଚିନ୍ ତାଙ୍କ ଟ୍ୱିଟର ପେଜ୍‌ରେ ତିନୋଟି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି,“ଲାଗୁଛି ସତେ ଯେମିତି ତୁମେ ଗତକାଲି ହିଁ ଘର ଛାଡ଼ି ୟୁସିଏଲ୍ ଆସିଥିଲ ଓ ବର୍ତ୍ତମାନ ଗ୍ରାଜୁଏଟ୍ ହୋଇଗଲ। ଅଞ୍ଜଳି ଓ ମୁଁ ତୁମ ପାଇଁ ବହୁତ ଗର୍ବିତ! ଯାଅ ଓ ବିଶ୍ୱବିଜୟୀ ହୁଅ।”

ପୂର୍ବରୁ ଖବର ଆସିଥିଲା ସାରା ବଲିଉଡ୍‌ରେ ପାଦ ଦେବେ। ସେତେବେଳେ ସଚିନ କହିଥିଲେ ଯେ ତାଙ୍କ ଝିଅ ପାଠପଢ଼ାକୁ ନେଇ ବ୍ୟସ୍ତ ଅଛନ୍ତି। ସେ ଫିଲ୍ମରେ ଅଭିନୟ କରିବା କଥା ପୂରା ମିଛ ଖବର।



from Odisha Reporter https://ift.tt/2wXmLfb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages