
କାଠମାଣ୍ଡୁ: ନେପାଳର ପାର୍ବତ୍ୟ ଅଞ୍ଚଳରେ ଶନିବାର ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି।
ହେଲିକପ୍ଟରଟିରେ ପାଇଲଟ୍ଙ୍କୁ ମିଶାଇ ମୋଟ୍ ୭ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣା ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଛି।
କିନ୍ତୁ ଏଯାଏ ଏହା ମଧ୍ୟରେ ଥିବା ବ୍ୟକ୍ତିବିଶେଷଙ୍କର କୌଣସି ପତ୍ତା ମିଳିନାହିଁ। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।
ଜଣେ ଜାପାନୀ ପର୍ବତ ଆରୋହଣକାରୀଙ୍କ ସମେତ ୬ ଜଣ ଯାତ୍ରୀଙ୍କୁ ନେଇ ହେଲିକପ୍ଟରଟି ଆଜି ଗୋରଖ ଅଞ୍ଚଳରୁ କାଠମାଣ୍ଡୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।
ଉଡ଼ାଣ ଆରମ୍ଭର କିଛି ସମୟ ମଧ୍ୟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି।
ଦୁର୍ଘଟଣାସ୍ଥଳରେ ପୁଲିସ୍ ଓ ସେନା ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା କାଠମାଣ୍ଡୁରେ ଥିବା ତ୍ରିଭୁବନ୍ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2N0so6m
No comments:
Post a Comment