ପଥର ଫିଙ୍ଗାଳି ସାଜିଲେ ଜମ୍ମୁ-କଶ୍ମୀର ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ପଥର ଫିଙ୍ଗାଳି ସାଜିଲେ ଜମ୍ମୁ-କଶ୍ମୀର ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ୍‌ ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ କରାଯାଇଛି। ପୁଲିସ୍‌ ନିଜେ ପଥର ଫିଙ୍ଗାଳିଙ୍କ ବେଶ ଧରି ପ୍ରକୃତ ଦୁର୍ବୃତ୍ତମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଏଭଳି ବେଶ ଧାରଣ କରି ସୁରକ୍ଷାକର୍ମୀ ଶ୍ରୀନଗରର ଜାମା ମସଜିଦ୍‌ ନିକଟରେ ଏକତ୍ରିତ ହୋଇଥିବା ୧୦୦ ଜଣ ଲୋକଙ୍କ ମଧ୍ୟରୁ ୪ ଜଣ ପଥର ଫିଙ୍ଗାଳିଙ୍କୁ ଗିରଫ କରିବାରେ ସଫଳ ହେବା ସହ ଭିଡ଼କୁ  ନିୟନ୍ତ୍ରଣ କରିଛି।
ଶୁକ୍ରବାର ନମାଜ ପାଠ ପରେ ଜାମା ମସଜିଦ୍‌ ନିକଟରେ ଥିବା ପୁଲିସ୍‌ ଓ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ପଥର ଫିଙ୍ଗାଳିମାନେ ଟେକା ପଥର ମାଡ଼ ଆରମ୍ଭ କରିଦେଇଥିଲେ। ୧୦୦ରୁ ଅଧିକ ଲୋକ ମସଜିଦ୍‌ ନିକଟରେ ଏକାଠି ହୋଇଥିବା ବେଳେ ସେମାନଙ୍କୁ ୨ ଜଣ ଯୁବକ ସେମାନଙ୍କୁ ଟେକା ପଥର ମାଡ଼ କରିବାକୁ ଉସକାଇ ଥିଲେ। ଏହି ୨ ଜଣ ଯୁବକ ପୂର୍ବରୁ ମଧ୍ୟ ଅନେକ ଥର ସୁରକ୍ଷାକର୍ମୀଙ୍କୁ ଟେକା ମାଡ଼ କରିବାର ନଜିର ରହିଛି। ଏହି ଭିଡ଼ ମଧ୍ୟରେ ଆଉ ୨ ଜଣ ପଥର ଫିଙ୍ଗାଳି ମଧ୍ୟ ସୁରକ୍ଷାକର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ।

ଏହି ସମୟରେ ଜମ୍ମୁ-କଶ୍ମୀର ପୁଲିସ୍‌ର କିଛି ସଦସ୍ୟ ପଥର ଫିଙ୍ଗାଳିଙ୍କ ବେଶ ଧାରଣ କରି ଭିଡ଼ ମଧ୍ୟରେ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ମାଡ଼ କରିଥିଲେ।

ଏହା ପରେ ସୁଯୋଗ ଦେଖି ୪ କୁଖ୍ୟାତ ପଥର ଫିଙ୍ଗାଳିଙ୍କୁ କାବୁ କରି ତୁରନ୍ତ ନିକଟସ୍ଥ ପୁଲିସ୍‌ ଭ୍ୟାନ୍‌ ନିକଟକୁ ନେଇ ଆସିଥିଲେ। ସେଠାରୁ ସେମାନଙ୍କୁ ପୁଲିସ୍‌ ଷ୍ଟେସନ୍‌ ନିଆଯାଇଥିଲା। ଗିରଫ ପଥର ଫିଙ୍ଗାଳିଙ୍କ ମଧ୍ୟରେ ଥିବା ଜଣେ ଯୁବକଙ୍କ ନିକଟରୁ ପୁଲିସ୍‌ ବନ୍ଧୁକ ମଧ୍ୟ ଜବତ କରିଛି।

ଏଭଳି ଅଭିନବ ଉପାୟରେ ପୁଲିସ୍‌ କେବଳ ଯେ ପଥର ଫିଙ୍ଗାଳିଙ୍କୁ ଗିରଫ କରିଛି ତାହା ନୁହେଁ, ବରଂ ପୁଲିସ୍‌ ଏଭଳି ଫିଲ୍ମ ଅନ୍ଦାଜ ଦେଖି ସେଠାରେ ଥିବା ଅନ୍ୟ ପଥର ଫିଙ୍ଗାଳିମାନେ ମଧ୍ୟ କିଛି ବୁଝି ପାରି ନଥିଲେ। ସେମାନେ ଭୟରେ ଜାମା ମସଜିଦ୍‌ ନିକଟରୁ ତୁରନ୍ତ ଛତ୍ରଭଙ୍ଗ ଦେଇଥିଲେ।

୨୦୧୦ରେ ମଧ୍ୟ ଗୋଟିଏ ଥର ପଥର ଫିଙ୍ଗାଳିଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଏଭଳି ଛଦ୍ମବେଶ ଧାରଣ କରାଯାଇଥିଲା।  

୨ ବର୍ଷ ପୂର୍ବେ ଇସ୍ରାଏଲ୍‌ ସେନା ମଧ୍ୟ ପାଲେଷ୍ଟାଇନ୍‌ର ପଥର ଫିଙ୍ଗାଳିଙ୍କୁ ଧରିବା ପାଇଁ ଏଭଳି ଛଦ୍ମବେଶ ଧାରଣ କରିଥିଲା।



from Odisha Reporter https://ift.tt/2oSbnwS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages