ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଦୁବାଇରେ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଝାରସୁଗୁଡ଼ା ବିମାନ ବନ୍ଦର ପାଇଁ ଦୁବାଇରେ ଉତ୍ସବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ାରେ ବିମାନବନ୍ଦର ଉଦ୍‌ଘାଟନ୍ ଖବର ଦୁବାଇକୁ ଆନନ୍ଦିତ କରିଛି। ଝାରସୁଗୁଡ଼ା ଠାରେ ବିମାନବନ୍ଦରର ଶୁଭାରମ୍ଭକୁ ୟୁଏଇର ଦୁବାଇ ଠାରେ ରହୁଥିବା ପ୍ରବାସୀ ପଶ୍ଚିମ ଓଡ଼ିଶାର ଅଧିବାସୀ ସ୍ୱାଗତ କରିଛନ୍ତି। ଏନେଇ ଦୁବାଇର ବୁର୍ଜ ଖଲିଫା ଠାରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସି ଏକ ଉତ୍ସବର ଆୟୋଜନ କରିଥିଲେ। ଏହିପରିପ୍ରକ୍ଷୀରେ ସେମାନେ ଖୁସି ମନାଇବା ସହ  ସମ୍ବଲପୁରୀ ହସ୍ତତନ୍ତ ପରିଧାନ କରି କେକ୍ କାଟିଥିଲେ। ଏହି ବିମାନ ବନ୍ଦର ଦ୍ୱାରା ପଶ୍ଚିମ ଓଡ଼ିଶା ସମଗ୍ର ବିଶ୍ୱ ସହଯୋଡ଼ି ହୋଇପାରିବ ବୋଲି ସମ୍ବଲପୁର ସହର ବାସିନ୍ଦା ତଥା ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ  କହିଛନ୍ତି।

ଦୁବାଇରେ ଅବସ୍ଥାପିତ ବରଗଡ଼ ଜିଲ୍ଲା ବାସିନ୍ଦା ତଥା ଏକ ଅଗ୍ରଣୀ ପ୍ରବନ୍ଧନ ଶିକ୍ଷାନୁଷ୍ଠାନର ଜିଏମ ରାଜେଶ ତ୍ରିପାଠୀ କହିଛନ୍ତି ଯେ, ଯୋଗାଯୋଗ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହୋଇ ରହିଯିବ।

ଦୁବାଇରେ ରହୁଥିବା ମାନସ ପଣ୍ଡା କହିଛନ୍ତି ଯେ, ନୂଆ ବିମାନବନ୍ଦର ଅଞ୍ଚଳର ବିକାଶ ଧାରାକୁ ତ୍ୱରାନ୍ୱିତ କରିବ।  ରଜତ ରଥ କହିଛନ୍ତି ଯେ, ଝାରସୁଗୁଡ଼ା ବିମାନବନ୍ଦର ବହୁଦିନର ଆଶା ଥିଲା । ଯାହା ଏବେ ପୂରଣ ହୋଇପାରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିବାସୀ ଓ ଦୁବାଇରେ ରହୁଥିବା ଏକ ନିର୍ମାଣ କମ୍ପାନୀର ନିର୍ବାହୀ ଶୁଭେନ୍ଦ୍ର ନାୟକ ଗତ ୧୨ ବର୍ଷ ହେଲା

ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ସେ ଅପେକ୍ଷା କରିଥିଲେ ବୋଲି କହିଛନ୍ତି। ଯେଉଁ ସ୍ୱପ୍ନ ଏବେ ପୂରଣ ହୋଇପାରିଛି। ସମ୍ବଲପୁର ଜିଲ୍ଲା ବାସିନ୍ଦା ତଥା ପରିବେଶବିତ୍‌ ଆଲୋକମୟ ବେହେରା କହିଛନ୍ତି ଯେ, ଝାରସୁଗୁଡ଼ା ବିମାନ ବନ୍ଦର ସମ୍ବଲପୁର ଅଞ୍ଚଳରେ ଥିବା ଆଇଆଇଏମ, ଭିଏସଏସୟୁଟି ଭଳି ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କୁ କ୍ୟାମ୍ପସ ନିଯୁକ୍ତି ପାଇଁ ଏଣିକି ବିଶ୍ୱସ୍ତରୀୟ ସଂସ୍ଥାମାନେ ଆସିପାରିବେ।



from Odisha Reporter https://odishareporter.in/odisha/opening-of-new-veer-surendra-sai-airport-thrills-uae-280225

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages