ଧୋନି ଓ ମୁଁ ସମାନ; ତାଙ୍କଠୁ ଶିଖିଛି: ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଧୋନି ଓ ମୁଁ ସମାନ; ତାଙ୍କଠୁ ଶିଖିଛି: ରୋହିତ

dhoni1

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସପ୍ତମ ଥର ପାଇଁ ଏସିଆ କପ୍ ଜିତିଛି। ଏହା ପରେ ତାଙ୍କର ନେତୃତ୍ୱଶୈଳୀକୁ ବିଭିନ୍ନ ବର୍ଗରେ ପ୍ରଶଂସା କରାଯାଇଛି।

ବିଶେଷ କରି ସେ ପଡ଼ିଆରେ ଯେଉଁଭଳି ଭାବେ ଶାନ୍ତ ରହି ସବୁକିଛି ପରିଚାଳନା କରନ୍ତି, ତାହାକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେଥିପାଇଁ ଏହା ବି କୁହାଯାଉଛି ଯେ ଭାରତକୁ ତା’ର ଦ୍ୱିତୀୟ ‘କ୍ୟାପ୍‌ଟେନ୍ କୁଲ୍’ ମିଳି ଯାଇଛନ୍ତି। କାରଣ ମହେନ୍ଦ୍ର ସିଂହ ଧୋନିଙ୍କୁ ‘କ୍ୟାପ୍‌ଟେନ୍ କୁଲ୍’ କୁହାଯାଏ।

ରୋହିତ କହିଛନ୍ତି ଯେ ଦଳର ନେତୃତ୍ୱ ନେବାର କଳା ସେ ଧୋନିଙ୍କଠାରୁ ଶିଖିଛନ୍ତି। ଆଉ ପଡ଼ିଆରେ ଶାନ୍ତ ରହିବା ଓ ଅଧିନାୟକ ଭାବେ ନିଷ୍ପତ୍ତି ନେବାରେ ତାଙ୍କର ଯେଉଁ ଷ୍ଟାଇଲ୍ ରହିଛି, ତାହା ଧୋନିଙ୍କ ସହ ସମାନ।

ସେ କହିଛନ୍ତି,“ମୁଁ ଧୋନିଙ୍କ ନେତୃତ୍ୱ ନେବା ଶୈଳୀକୁ ବେଶ୍ କିଛି ବର୍ଷ ହେଲା ଦେଖିଛି। ସେ କେବେ ବିଚଳିତ ହୁଅନ୍ତି ନାହିଁ। ନିଷ୍ପତ୍ତି ନେବାକୁ ସେ ସମୟ ନିଅନ୍ତି। ମୋ ପାଖରେ ମଧ୍ୟ ସେହି ଗୁଣ ରହିଛି।”

‘ମୁଁ ପ୍ରଥମ ଚିନ୍ତାକରେ ଓ ତା’ପରେ ପ୍ରତିକ୍ରିୟା ପ୍ରକାଶ କରେ। ୫୦ ଓଭର ଭାବିବାକୁ ସମୟ ଦିଏ। କିନ୍ତୁ ସମୟ ଅନୁସାରେ ବି ନିଷ୍ପତ୍ତି ନେବାକୁ ହୁଏ। ଏହା ମୁଁ ତାଙ୍କଠାରୁ ଶିଖିଛି। ମୁଁ ତାଙ୍କ ଅଧୀନରେ ଏତେ ବର୍ଷ ଯେ ଖେଳିଛି।”

ଅଧିନାୟକ ଭାବେ ରୋହିତଙ୍କ ଶାନ୍ତ ସ୍ୱଭାବ କୋଚ୍ ରବି ଶାସ୍ତ୍ରୀଙ୍କୁ ବି ପ୍ରଭାବିତ କରିଛି।

ଆହୁରି ପଢ଼ନ୍ତୁ- ଭାରତକୁ ମିଳି ଗଲେ ଆଉ ଜଣେ ‘କ୍ୟାପ୍‌ଟେନ୍ କୁଲ୍‌’



from Odisha Reporter https://ift.tt/2DIzlVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages