ବନ୍ୟାପାଣିରେ ଫସି ଯାଇଥିଲେ ଯୁବତୀ, ହେଲିକପ୍‌ଟରରେ ଆସି ଉଠାଇନେଲେ ଯୱାନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ବନ୍ୟାପାଣିରେ ଫସି ଯାଇଥିଲେ ଯୁବତୀ, ହେଲିକପ୍‌ଟରରେ ଆସି ଉଠାଇନେଲେ ଯୱାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିକଟରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କୁହାଯାଉଛି ଏହି ପ୍ରାକୃତିକ ବିପର୍ଯ୍ୟୟ ୧୦୦ ବର୍ଷର ରେକର୍ଡ଼କୁ ଭାଙ୍ଗିଦେଇଛି। ଆଗରୁ ଏମିତି କେବେ ଭୟଙ୍କର ବନ୍ୟା ଆସିଥିବା ଲୋକେ ଦେଖିନାହାନ୍ତି।

ଏହି ବନ୍ୟାରେ ୪୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକଙ୍କ ସର୍ବସ୍ୱ ଉଜୁଡ଼ି ଯାଇଛି। ବନ୍ୟାପୀଡ଼ିତଙ୍କ ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି।

ତେବେ ବନ୍ୟା ସମୟରେ ବିପନ୍ନମାନଙ୍କୁ ଉଦ୍ଧାର କରିବାରେ ଭାରତୀୟ ସେନାର ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ। ଜୀବନକୁ ପାଣି ଛଡ଼ାଇ ଭାରତୀୟ ସେନାର ଯୱାନମାନେ ବିପଦରେ ପଡ଼ିଥିବା ଲୋକମାନଙ୍କୁ ଯେମିତି ଉଦ୍ଧାର କରି ସୁରକ୍ଷିତ ଜାଗାକୁ ନେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ଏହି ମହାବିପତ୍ତି ସମୟରେ ଉଦ୍ଧାର ପାଇଁ ସ୍ଥଳ, ଜଳ ଓ ଆକାଶବାହିନୀ ଲାଗି ପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର, ବନ୍ୟାଘେରରୁ  ଜଣେ ଯୁବତୀଙ୍କୁ କିପରି ଉଦ୍ଧାର କରୁଛି  ତା’ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଅତ୍ୟନ୍ତ ଚମତ୍କାର କୌଶଳରେ, ଯୁବତୀଙ୍କୁ ବାୟୁସେନାର ଯୱାନମାନେ ଅତି ବୁଦ୍ଧିମତା ଓ ସାହସିକତାର ସହ ପାଣି ଘେରରୁ ଉଠାଇ ନେଉଛନ୍ତି। ଯାହାକୁ ଦେଖିଲେ ଆପଣ ବି ତାଜୁବ୍‌ ହୋଇଯିବେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବନ୍ୟାବେଳେ ଯୁବତୀ ଜଣକ କୌଣସି ଏକ ସ୍ଥାନରେ ପାଣି ଘେରରେ ଫସି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ହେଲିକପ୍ଟରଟିଏ ତାଙ୍କ ପାଖାପାଖି ଆସିଯାଉଚି ଓ ଅତି ନିକଟକୁ ଆସି ଯୁବତୀଙ୍କ ଉଦ୍ଦେଶ୍ୟରେ ଏକ ରସି ଖସାଉଛି।

ସେହି ରସିରେ ବେଲଟ୍‌ ସିଷ୍ଟମ ମଧ୍ୟ ରହିଛି। ଅର୍ଥାତ ଯୁବତୀ ରସିଟିକୁ ନିଜ ଦେହରେ ଲଗାଇଦେଲେ ତାହା ଲକ୍‌ ହୋଇଯିବ। ଆଉ ଖସିବାର ଚାନ୍ସ ରହିବନି। ଯୱାନମାନେ ରସିଟି ଖସାଇବା ପରେ, ଯୁବତୀ ଜଣକ ସେଥିରେ ଲାଗିଥିବା ବେଲ୍‌ଟରେ ନିଜକୁ ସୁରକ୍ଷିତ ଭାବେ ବାନ୍ଧୁଛନ୍ତି ଏବଂ ପରେ ହେଲିକପ୍ଟରଟି ଯୁବତୀ ଜଣକୁ ଉଠାଇ ନେଉଛି। ଭିଡିଓଟି ଅଗଷ୍ଟ ୧୭ ତାରିଖରେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍ କରାଯାଇଛି। ଏବେସୁଦ୍ଧା ଲୋକମାନେ ଏହାକୁ ୧୩ ଲକ୍ଷ ୧୪ ହଜାର ୭୮୬ ଥର ଦେଖି ସାରିଲାଣି। ତଳେ ଦିଆଯାଇଥିବା ସେହି ଭିଡିଓଟି ଦେଖନ୍ତୁ।



from Odisha Reporter https://ift.tt/2MFT7Fs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages