ମହିଳା ସ୍କ୍ୱାଶ ଫାଇନାଲ୍‌ରେ ହାରିଲା ଭାରତ, ପାଇଲା ରୌପ୍ୟ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ମହିଳା ସ୍କ୍ୱାଶ ଫାଇନାଲ୍‌ରେ ହାରିଲା ଭାରତ, ପାଇଲା ରୌପ୍ୟ 

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ମହିଳା ସ୍କ୍ୱାଶ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଦଳର ସ୍ୱପ୍ନ ଧୂଳିସାତ ହୋଇଛି। ଆଜିର ଫାଇନାଲ୍‌ ମୁକାବିଲା ଭାରତୀୟ ମହିଳା ଦଳ  ପ୍ରତିପକ୍ଷ ହଂକଂଠାରୁ ସିଧାସଳଖ ୦-୨ ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଏହି ଟିମ୍‌ ଇଭେଣ୍ଟରେ ୩ଟି ସେଟ୍‌ ଖେଳାଯିବାର ନିୟମ ରହିଥିଲା। ଦୁଇଟି ସିଙ୍ଗ୍‌ଲ ଓ ଗୋଟିଏ ଡବଲ୍‌ ସେଟ୍‌।

କିନ୍ତୁ ଭାରତ ପ୍ରଥମ ଦୁଇଟି ଯାକ ସେଟ୍‌ ହାରିଯିବାରୁ, ତୃତୀୟ ସେଟ୍‌ ଖେଳ ହୋଇ ନାହିଁ।

ପ୍ରଥମ ସେଟ୍‌ରେ ଭାରତର ସୁନୟନା କୁରୁଭିଲ୍ଲାଲ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ସେଟ୍‌ରେ ଭାରତର ନମ୍ବର ୱାନ୍‌ ସ୍କ୍ୱାଶ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପ୍ପା ସଂଘର୍ଷ କରି ପରାଜୟ ବରଣ କରିଥିଲେ।

ଭାରତୀୟ ମହିଳା ଟିମ୍‌ରେ ସୁନୟନା ଓ ଜ୍ୟୋତ୍ସ୍ନାଙ୍କ ବ୍ୟତୀତ ଦୀପିକା ପାଲିକଲ୍‌ କାର୍ତ୍ତିକ ଓ ତନଭି ଖାନ୍ନା ଥିଲେ। ଭାରତୀୟ ମହିଳା ଟିମ୍‌ ସେମିଫାଇନାଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ମ୍ୟାଲେସିୟାକୁ ପରାସ୍ତ କରିଥିବାରୁ ଏଥିର ଦଳ ସ୍ୱର୍ଣ୍ଣ ଜିତିବ ବୋଲି ସମସ୍ତେ ଆଶା କରିଥିଲେ।

ଅନ୍ୟପକ୍ଷରେ ଏବେ ଭାରତର ପଦକ ସଂଖ୍ୟା ୬୮ରେ ପହଞ୍ଚିଛି। ଏଥିରେ ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ୍‌ ପଦକ ରହିଛି। ସେହିପରି ପଦକ ତାଲିକାରେ ଭାରତ ୮ ନଂରେ ପହଞ୍ଚିଛି। ଏବେ ବି ୨୭୯ ପଦକ ସହ ଚୀନ୍‌ ଶୀର୍ଷ ସ୍ଥାନରେ ଥିବା ବେଳେ ୧୯୭ ପଦକ ସହ ଜାପାନ ଦ୍ୱିତୀୟ ଓ ୧୬୮ ପଦକ ସହ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି।



from Odisha Reporter https://ift.tt/2LLOcx2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages