ମାହାଙ୍ଗା ବିଧାୟକଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ, ଧାରଣା ଦେଲେ ଜନପ୍ରତିନିଧି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ମାହାଙ୍ଗା ବିଧାୟକଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ, ଧାରଣା ଦେଲେ ଜନପ୍ରତିନିଧି 

ସାଲେପୁର (ମନୋଜ ଆଚାର୍ଯ୍ୟ): ଆଇନ୍‌ମନ୍ତ୍ରୀ ତଥା ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାମରେ ବିଧାୟକ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ରାଜନୈତିକ ଅଭିସନ୍ଧି ରଖି ବିଧାୟକ ଏପରି କରୁଥିବା ଚାହାପଡ଼ା ପଞ୍ଚାୟତର ସରପଞ୍ଚ ସ୍ଵାଗତିକା ମହାନ୍ତି ଓ ସମିତିସଭ୍ୟା ମମତା ସ୍ୱାଇଁ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସମର୍ଥକଙ୍କ ସହ ସେମାନେ ଗତକାଲିଠାରୁ ମାହାଙ୍ଗା ବ୍ଲକ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ମାତ୍ର ବିଡିଓ ସେମାନଙ୍କ ସହିତ ଏ ଯାଏ ଆଲୋଚନା କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ଗତକାଲି ପ୍ରବଳ ବର୍ଷା ମହାଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ସତ୍ତ୍ୱେ ବ୍ଲକ ଅଫିସ୍‌ ବାହାରେ ସମର୍ଥକଙ୍କ ସହ ଧାରଣା ଦେଇଛନ୍ତି ପଞ୍ଚାୟତର ସରପଞ୍ଚ ସ୍ଵାଗତିକା ମହାନ୍ତି ଓ ସମିତିସଭ୍ୟା ମମତା ସ୍ୱାଇଁ।

ସେମାନଙ୍କ ଦାବି ଗୁଡ଼ିକ ହେଲା- ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମ ସରିଥିଲେ ମଧ୍ୟ ସହକାରୀ ଯନ୍ତ୍ରୀ ଓ ବିଡିଓ ବିଲ୍‌ ପାସ୍‌ କରୁନାହାନ୍ତି। ସେହିପରି କାର୍ଯ୍ୟାଦେଶ ଦିଆଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏଷ୍ଟିମେଟ୍‌ କରୁନାହାନ୍ତି କି ସ୍ଥାନ ପରିଦର୍ଶନ କରୁନାହାନ୍ତି। ପୂର୍ବରୁ ଯେଉଁ ସ୍ଥାନରେ ସ୍କୁଲ ଓ ଅଙ୍ଗନୱାଡ଼ି ଏବଂ ଶବଦାହ ଗୃହ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା ବର୍ତ୍ତମାନ ସେହି ଜାଗାକୁ ଗୋଚର ବୋଲି ଦର୍ଶାଇ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି। ବିଧାୟକଙ୍କ ଇଙ୍ଗିତରେ ଏପରି କରାଯାଉଥିବା ଅଭିଯୋଗ ହେଉଛି।

ମମତା ସ୍ୱାଇଁ କହିଛନ୍ତି-“ବିଡିଓ ଓ ଯନ୍ତ୍ରୀ ପଞ୍ଚାୟତରେ ହେଉଥିବା ଉନ୍ନୟନ କାମର ବିଲ୍‌ ପାସ୍‌ କରୁନାହାନ୍ତି। ଏହାଛଡ଼ା କାମ ଦେଖିବାକୁ ଡାକିଲେ ମଧ୍ୟ ସେମାନେ ଯାଉନାହାନ୍ତି। ମନ୍ତ୍ରୀଙ୍କ ଚାପରେ ପଡ଼ି ସେମାନେ କାର୍ଯ୍ୟ ତଦାରଖ କରିବାକୁ ଯାଉନାହାନ୍ତି। ଆମେ ଚାହୁଁଛୁ ଆମ ପଞ୍ଚାୟତର ଉନ୍ନୟନ କାମ ବିନା ବାଧାରେ ସମ୍ପୂର୍ଣ୍ଣ ହେଉ। ଯେତେଦିନ ପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ସେତେ ଦିନ ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ।”



from Odisha Reporter https://ift.tt/2Dl8ZbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages