
ମୁମ୍ବାଇ: ସୋମବାର ବଲିଉଡ୍ ଷ୍ଟାର୍ ଅଜୟ ଦେବ୍ଗନ୍ ନିଜ ଟ୍ୱିଟର୍ ପେଜ୍ରେ ପତ୍ନୀ କାଜୋଲ୍ଙ୍କ ହ୍ୱାଟ୍ସ୍ଆପ୍ ନମ୍ବର୍ ଶେୟାର କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଅଜୟ ନିଜ ଟ୍ୱିଟର୍ ପେଜ୍ରେ ଏକ ନମ୍ବର ଶେୟାର୍ କରି ଏହା ଉପରେ ଲେଖିଥିଲେ ‘‘କାଜୋଲ୍ ଏବେ ଦେଶରେ ନାହାନ୍ତି, ତାଙ୍କସହ ଏହି ହ୍ଵାଟ୍ସ୍ଆପ୍ ନମ୍ବରରେ ଯୋଗାଯୋଗ କରି ପାରିବେ’’। ଅଜୟଙ୍କ ଏହି ପୋଷ୍ଟ୍ଟି ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।
Kajol not in country.. co-ordinate with her on WhatsApp 9820123300.
— Ajay Devgn (@ajaydevgn) September 24, 2018
କିଛି ୟୁଜର୍ ଅଜୟ ଏମିତି କାହିଁକି କରିଛନ୍ତି ବୋଲି ପ୍ରଶ୍ନ କରିଥିବାବେଳେ ଆଉ କିଛି ଅଜୟଙ୍କ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଆଶଙ୍କା କରିଥିଲେ।
ଏକ ନିଉଜ୍ ଚ୍ୟାନେଲ ପ୍ରକୃତ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରି ଟ୍ୱିଟର୍ରେ ଅଜୟ ଦେବ୍ଗନ୍ ଶେୟାର୍ କରିଥିବା କାଜୋଲ୍ଙ୍କ ନମ୍ବର୍ରେ ଯୋଗାଯୋଗ କରିଥିଲେ। ତେବେ ଏହି କଲ୍ର ପ୍ରତିଜବାବ୍ରେ ଏକ ରେକର୍ଡିଂ ଭଏସ୍ ଆସିଥିଲା। ସେଥିରେ କୁହାଯାଇଥିଲା, “ହାଏ, ମୁଁ କାଜୋଲ୍, ମୁଁ ଆପଣଙ୍କ କଲ୍ ନେବାକୁ ଏବେ ଅସମର୍ଥ। ଦୟାକରି ଟେକ୍ସଟ୍ ମେସେଜ୍ ବା ଭଏସ୍ ମେସେଜ୍ ପଠାନ୍ତୁ” ।
ତେବେ ପ୍ରଥମ ଟ୍ୱିଟ୍ର କିଛି ସମୟ ପରେ ଅଜୟ ପୁଣି ଏକ ଟ୍ୱିଟ୍ କରିଥିଲେ। ଏଥର ଟ୍ୱିଟ୍ରେ ଅଜୟ ଲେଖିଥିଲେ, ‘ଫିଲ୍ମ ସେଟ୍ରେ ପ୍ରାଙ୍କ୍ କରିବା ଏକ ପୁରୁଣା ଫ୍ୟାଶନ୍ ହୋଇଗଲାଣି। ତେଣୁ ମୁଁ ଏହା ସୋଶାଲ୍ ମିଡିଆର ଆପଣ (ୟୁଜର୍ସ)ମାନଙ୍କ ସହ କରିବାକୁ ଚେଷ୍ଟା କରୁଥିଲି’।
Pranks on film set are so passé… so tried pulling one on you guys here.. 😂 😜 @KajolAtUN https://t.co/SpQzsfhlAB
— Ajay Devgn (@ajaydevgn) September 24, 2018
ପରେ ଅଜୟଙ୍କ ଏହି ଟ୍ୱିଟ୍ର ଜବାବ ରଖିଥିଲେ କାଜୋଲ୍। ସୋଶାଲ୍ ମିଡିଆରେ ଏହି ଜୋକ୍ ସମ୍ପର୍କରେ ପତିଦେବଙ୍କୁ ତାଗିଦ୍ଭରା ସ୍ୱରରେ କାଜୋଲ୍ ଲେଖିଥିଲେ ‘ଯାହା ଲାଗୁଛି, ଆଜିକାଲି ତୁମର ପ୍ରାଙ୍କ୍ସ୍ ସବୁ ଷ୍ଟୁଡିଓ ବାହାରକୁ ଚାଲି ଆସୁଛି…ହେଲେ ଏସବୁକୁ ଘର ଭିତରକୁ ପଶିବାକୁ ଅନୁମତି ମିଳିବ ନାହିଁ (ନୋ ଏଣ୍ଟ୍ରି ଫର୍ ଦେମ୍ ଆଟ୍ ହୋମ୍) ‘।
Looks like your pranks are out of the studios now… But there is No Entry for them at home! 😡 https://t.co/BJsBKW5jjD
— Kajol (@KajolAtUN) September 25, 2018
ତେବେ ଏଭଳି ଟ୍ୱିଟ୍କୁ ନେଇ ସୋଶାଲ୍ ମିଡିଆରେ ଅଜୟ ଟ୍ରଲ୍ର ଶିକାର ହୋଇଛନ୍ତି।
from Odisha Reporter https://ift.tt/2N1QbOq
No comments:
Post a Comment