
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ପୁଣି ବାଣ ମାରିଛନ୍ତି। ଏଥର ସେ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ନ ହୋଇପାରିବାର ଗୁମର ଖୋଲିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ, ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ମୁଁ ସଦସ୍ୟ ଥିଲି। ୨୦୧୭ ମସିହା ସେପ୍ଟେମ୍ବର ୧୭ ତାରିଖରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲା। ଏହା ହେଲା ନାହିଁ। କ’ଣ ପାଇଁ ହେଲାନି ବୋଲି ମହେଶ୍ୱର ମହାନ୍ତିଙ୍କୁ ପଚାରିଥିଲି। ସେ ମୋ କାନ ପାଖରେ ଚୁପକିନା କହିଥିଲେ,”ଦାମ ଭାଇ, କାହିଁକି ଏଥିରେ ଆମେ ପଶିବା, ପାଣ୍ଡିଆନ୍ ମନା କରୁଛନ୍ତି।”
ସେହିପରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ, “ସାର୍ ମନା କରିଛନ୍ତି ଏବଂ ତମେ କ’ଣ ଲାଗିଛ କରିବାକୁ ? ପାଣ୍ଡିଆନ୍ ହେଉଛନ୍ତି ସୂର୍ଯ୍ୟ ପାତ୍ରଙ୍କ ସାର୍।”
ସେ ଆହୁରି କହିଛନ୍ତି,“ଭାଗଚାଷୀ ଆଇନ ଆଇନ କାର୍ଯ୍ୟକାରୀ ନ ହେବାରୁ ଲକ୍ଷ ଲକ୍ଷ ଭାଗଚାଷୀ ଶୋଷିତ ହେଉଛନ୍ତି। ଏଭଳି ଧପ୍ପାବାଜି ଓ ହିପୋକ୍ରାସୀ କଲେ, ଲୋକଙ୍କ ଅବସ୍ଥା କ’ଣ ହେବ?”
from Odisha Reporter https://ift.tt/2Ic0TRG
No comments:
Post a Comment