କାଲିଠୁ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି ୩୦୦ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

କାଲିଠୁ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି ୩୦୦ ଛାତ୍ରଛାତ୍ରୀ

student,,,,,,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ ପିଲା ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି।

କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ପରେ ପିଲାଙ୍କୁ ଏପରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

ହଷ୍ଟେଲରେ ୩୦୦ ଆଦିବାସୀ ଛାତ୍ର ରହି ବିଜେବି, ମହର୍ଷି ଓ ରାଜଧାନୀ କଲେଜରେ ପାଠ ପଢ଼ୁଛନ୍ତି।।

ହଷ୍ଟେଲ୍‌ରେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ପୂର୍ବରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ସମାଧାନ କରୁ ନଥିଲେ ହଷ୍ଟେଲ୍‌ କର୍ତ୍ତୃପକ୍ଷ। ଗତକାଲି ପୁଣି ଥରେ ନିମ୍ନମାନର ଖାଦ୍ୟ ଦିଆଯିବାରୁ ଛାତ୍ରମାନେ ଅଭିଯୋଗ କରିଥିଲେ। ଏହାପରେ ହଷ୍ଟେଲ୍‌ର ସମସ୍ତ କର୍ମଚାରୀ ଓ କ୍ୟାଣ୍ଟିନ୍‌ ସଦସ୍ୟ ତାଲା ପକାଇ କେଉଁଆଡେ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଏପରିକି ଖାଇବାକୁ ଦିଆଯିବ ନାହିଁ ବୋଲି ପିଲାମାନଙ୍କୁ ଧମକ ଦିଆଯାଉଛି।

ଜଣେ ଛାତ୍ର କହିଛନ୍ତି,“ ଗତକାଲିଠାରୁ ଆମେ ଉପାସ ରହିଛୁ। ଆଜି ଆମକୁ ଖାଇବାକୁ ମିଳିବ ବୋଲି ଭାବିଥିଲୁ। ସକାଳୁ ଦେଖିବା ବେଳକୁ କ୍ୟାଣ୍ଟିନରେ ତାଲା ପଡ଼ିଛି। ହଷ୍ଟେଲ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ପୂର୍ବରୁ ସୁପରିଟେଣ୍ଟଙ୍କ ପାଖରେ ଅଭିଯୋଗ କରିଥିଲୁ। ଗତକାଲି ରାତିରେ ମଧ୍ୟ ଖାଇବା ନିମ୍ନମାନର ହୋଇଥିବା ଅଭିଯୋଗ କରିଥିଲୁ। ଅଭିଯୋଗ କଲୁ ବୋଲି ଆଜି କ୍ୟାଣ୍ଟିନ୍‌ରେ ତାଲା ପକାଇ ସବୁ ପଳାଇଯାଇଛନ୍ତି। ଆମେ ପଚାରିବାରୁ ଖାଇବାକୁ ଦିଆଯିବନି ବୋଲି କହୁଛନ୍ତି।”



from Odisha Reporter https://ift.tt/2pyAjd3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages