ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ, ଫସିଛନ୍ତି ୧୫୦ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ, ଫସିଛନ୍ତି ୧୫୦ ଲୋକ

flood

ନୂଆଦିଲ୍ଲୀ: ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏବେ ବି ପାହାଡ଼ିଆ ଅଞ୍ଚଳରେ ବର୍ଷା ଜାରି ରହିଛି। ହିମାଚଳ ପ୍ରଦେଶର ପାଲମପୁରରେ ରଶି ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

ରିପୋର୍ଟ ଅନୁସାରେ ଲାହୁଲ ଓ ସ୍ପିତିରେ ୧୫୦ ଜଣ ଲୋକ  ଫସି ରହିଥିବା ଆଶଙ୍କା କରାଯାଉଛି। ୧୫୦ ଜଣଙ୍କ ମଧ୍ୟରୁ ୪୦ ଜଣ ଦାରଚା, ୫୦ ଜଣ ସରଚୁ ଓ ୬୦ ଜଣ ଚନ୍ଦ୍ରତାଲରେ ଫସି ରହିଛନ୍ତି। ଚନ୍ଦ୍ରତାଲରେ ଫସି ରହିଥିବା ୬୦ ଲୋକଙ୍କ ମଧ୍ୟରୁ ୫ ଜଣ ଆଇଆଇଟି ମଣ୍ଡିର ଛାତ୍ର ଅଛନ୍ତି।

ପଶ୍ଚିମବଙ୍ଗର ୯ ଜଣ ରସର୍ଚ୍ଚର ଲାହୁଲ ଓ ସ୍ପିତିରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ସେମାନେ କ୍ୟାଙ୍ଗଷ୍ଟେ ଗ୍ଲାସିୟର ଅନୁଧ୍ୟାନ ପାଇଁ ଯାଇଥିଲେ।

ସେହିପରି ହିମାଚଳ ପ୍ରଦେଶ ଲାହୁଲ ଓ ସ୍ପିତି ପାଇଁ  ଟ୍ରେକିଂଗରେ  ଯାଇଥିବା ଆଇଆଇଟି ରୁଡକିର ୩୫ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କିଲଙ୍ଗ୍‌ ଏଏସ୍‌ଡିଏମ୍‌ ଅମର ସିଂହ ନେଗୀ କହିଛନ୍ତି, “ଲାହୁଲ ଓ ସ୍ପିତିରେ ନିଖୋଜ ହୋଇଥିବା ବୋଲି କୁହାଯାଉଥିବା ଏକ ୮ ଜଣିଆ ଦଳ କୋକସର୍‌ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି।”

ହିମାଚଳ ପ୍ରଦେଶରେ ମୂଷଳଧାରାରେ ବର୍ଷା ହେବା ଯୋଗୁ କୁଲ୍ଲୁ, କାଙ୍ଗଡ଼ା ଓ ଚମ୍ୱା ଜିଲ୍ଲାରେ ଭିନ୍ନ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କୁଲ୍ଲୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ଉନା, ହମିରପୁର ଓ କୁଲ୍ଲୁରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି।

 



from Odisha Reporter https://ift.tt/2MXl7zn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages