
କାମାକ୍ଷାନଗର (ରାକେଶ ଦେହୁରୀ): ଏବେ ବି ଚାଲିଛି ଝଡ଼ାଫୁଙ୍କା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏମିତି ଖବର। କିଏ ମୃତ ବ୍ୟକ୍ତିକୁ ବଞ୍ଚାଇବାକୁ ଝଡ଼ାଫୁଙ୍କା କରୁଛି ତ କିଏ ସାପ କାମୁଡ଼ିଲେ ଏହାର ସାହାଯ୍ୟ ନେଉଛି। ଏମିତିକି ଡାକ୍ତରଖାନା ଭିତରେ ବି ଝଡ଼ାଫୁଙ୍କା କରାଇ ଦେଉଛନ୍ତି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ।
ଗାଁର ସଞ୍ଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସଞ୍ଜୟଙ୍କ ଚିକିତ୍ସା କରିଥିଲେ।
ତଥାପି ପରିବାର ଲୋକଙ୍କ ମନ ବୁଝି ନଥିଲା। ପାଖ ଗାଁର ଜଣେ ଗୁଣିଆଙ୍କୁ ଡାକି ଡାକ୍ତରଖାନାରେ ଝଡ଼ାଫୁଙ୍କା କରାଇଥିଲେ।
ସଞ୍ଜୟ ଏବେ ସୁସ୍ଥ ଅଛନ୍ତି।
from Odisha Reporter https://ift.tt/2Q5X6cf
No comments:
Post a Comment