ତୈଳଦର: ରାଜସ୍ଥାନ ପରେ ୨ ଟଙ୍କା ଭ୍ୟାଟ୍ ହ୍ରାସ କଲେ ଆନ୍ଧ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ତୈଳଦର: ରାଜସ୍ଥାନ ପରେ ୨ ଟଙ୍କା ଭ୍ୟାଟ୍ ହ୍ରାସ କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ୍‌: ରାଜସ୍ଥାନ ପରେ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ୍‌ ଦରରୁ ଲୋକଙ୍କୁ ସାମାନ୍ୟ ରିହାତି ଦେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତୈଳଦର ଉପରେ ଆନ୍ଧ୍ର ସରକାର ୨ ଟଙ୍କା ଲେଖାଏ ଭ୍ୟାଟ ହ୍ରାସ କରିବାକୁ  ଘୋଷଣା କରିଛନ୍ତି। ଆସନ୍ତାକାଲିଠାରୁ ଏହି ପରିବର୍ତ୍ତିତ ଦର ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗୁ କରିଥିବା ଟିକସ ହ୍ରାସ କରି ଲୋକଙ୍କୁ ଏଭଳି ଆଶ୍ୱସ୍ତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୧୧୨୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।

ଗୋଟିଏ ପଟେ ତୈଳଦରକୁ ନେଇ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ମଧ୍ୟାହ୍ଣରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟ ବିଧାନସଭାରେ ଏଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି, ତୈଳଦର ମହଙ୍ଗା ହେବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କେନ୍ଦ୍ର ସରକାର ତୈଳଦର ହ୍ରାସ କରିବାକୁ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ଆନ୍ଧ୍ର ପ୍ରଦେଶ ସରକାର ପେଟ୍ରୋଲ ଉପରେ ୩୬% ଭ୍ୟାଟ୍‌ ଲଗାଇଥିବା ବେଳେ ଡିଜେଲ୍‌ ଉପରେ ୨୫% ଭ୍ୟାଟ୍‌ ଆଦାୟ କରୁଛନ୍ତି।

ଏବେ ଆନ୍ଧ୍ରରେ ପେଟ୍ରୋଲର ଲିଟର ପିଛା ଦର ୮୭.୭୦ ଟଙ୍କା ଥିବା ବେଳେ ଡିଜେଲ୍‌ର ଲିଟର ପିଛାଦର ୮୦.୩୮ ଟଙ୍କା ରହିଛି। ଏହା ପୂର୍ବରୁ ଆଜି ସକାଳେ ରାଜସ୍ଥାନ ସରକାର ତୈଳଦର ଉପରେ ୪% ଭ୍ୟାଟ୍ ହ୍ରାସ କରିବା ସମ୍ପର୍କରେ ଘୋଷଣା କରିଥିଲେ।



from Odisha Reporter https://ift.tt/2oWchso

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages