
ବଲାଙ୍ଗିର(ସସ୍ମିତା ସାହୁ): ଅପେକ୍ଷାର ଅନ୍ତ ଘଟିଲା । ଗତକାଲି ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ବଲାଙ୍ଗିରର ସନ୍ଥକବି ଭୀମଭୋଇ ମେଡିକାଲ କଲେଜ। ଆଉ ଆଜି ସକାଳୁ ସକାଳୁ ଚଳଚଞ୍ଚଳ ହୋଇଥିଲା ବଲାଙ୍ଗିର ମେଡିକାଲ କଲେଜ କ୍ୟାମ୍ପସ।
ହେଲେ ପାଠପଢା ସାଙ୍ଗକୁ ରାଜନୀତି ମାହୋଲ ବି ଦେଖିବାକୁ ମିଳିଥିଲା କଲେଜ ପାଖରେ। ଗେଟ୍ ଭିତରକୁ ପିଲାମାନେ ଧଳା ଆପ୍ରୋନ ପିନ୍ଦି ଯାଉଥିବା ବେଳେ ଗେଟ୍ ବାହାରେ ଚାଲିଥିଲା ସାମ୍ବାଦିକ ସମ୍ମିଳନୀ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତି ଯୋଗୁ ପାଣିପାଗ ସରଗରମ୍ ଥିଲା।
ଅନେକ ବାଦ ବିବାଦ ପରେ, ଗତକାଲି ଲୋକାର୍ପିତ ହୋଇଥିବା ବଲାଙ୍ଗିରର ଏହି ବହୁ ପ୍ରତୀକ୍ଷିତ ଶିକ୍ଷାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ହେବା ପରେ, ଆଜି କଲେଜ ବାହାରେ ରାଜନୀତି ଦିନ ତମାମ ଚର୍ଚ୍ଚାର ବିଷୟ ହୋଇ ରହିଛି। କଲେଜ ପ୍ରତିଷ୍ଠାର ଶ୍ରେୟ କାହାର ବୋଲି ଚାଲିଛି ଆଲୋଚନା।
ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ନିଜର ଖୁସି ଜାହିର କରିବା ସହ ମେଡିକାଲ କଲେଜ ନିର୍ମାଣରେ ବିଳମ୍ବର କାରଣ କହି, ବିରୋଧୀଙ୍କୁ ତେରଛା ବାଣ ମାରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ କୋଟ୍ କରି ସିଧା ସିଧା ଟାର୍ଗେଟ କରିଥିଲେ ନରସିଂହ । କିଛି ଲୋକଙ୍କ ବାଧା ଯୋଗୁଁ, ସ୍ୱପ୍ନ ପୂରଣ ହେବାରେ ବିଳମ୍ବ ହୋଇଛି ବୋଲି ସେ କହିଥିଲେ।
from Odisha Reporter https://ift.tt/2NabQbo
No comments:
Post a Comment