ନବୀନଙ୍କ ସହ ମମତାଙ୍କ ଫଟୋ ମର୍ଫ କରି ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ନବୀନଙ୍କ ସହ ମମତାଙ୍କ ଫଟୋ ମର୍ଫ କରି ଜଣେ ଗିରଫ

କୋଲକାତା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିବାଦୀୟ ‘ମର୍ଫଡ’ ଫଟୋ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋରେ ନବୀନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରହିଛନ୍ତି। ଉଭୟଙ୍କ ମୁହଁକୁ ଏକ ଓଡ଼ିଆ ଫିଲ୍ମର ହିରୋ ହିରୋଇନ୍‌ଙ୍କ ବଦଳରେ ଫଟୋଶପ୍‌ ଜରିଆରେ ମର୍ଫ କରାଯାଇଛି।

ଏହି ବିକୃତ ଫଟୋରେ ନବୀନ ମମତାଙ୍କୁ ପଛପଟୁ ଆଲିଙ୍ଗନ କରି ଧରିଛନ୍ତି। ଏହି ଫଟୋଟି ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୂଳ ଫଟୋଟି ଓଡ଼ିଆ ଫିଲ୍ମ “ସମ୍‌ଥିଙ୍ଗ୍‌ ସମଥିଙ୍ଗ”ର ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଫଟୋର ତଳେ ମଧ୍ୟ ସମଥିଙ୍ଗ ସମଥିଙ୍ଗ ଲେଖାଯାଇଛି। ଏହି ପୋଷ୍ଟର୍‌ରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛବି ରହିଥିଲା।

କିନ୍ତୁ ପଶ୍ଚିମବଙ୍ଗ ବିଜେପିର ଜଣେ କର୍ମୀ ଅନୁଭବଙ୍କ ସ୍ଥାନରେ ନବୀନ ଓ ବର୍ଷାଙ୍କ ବଦଳରେ ମମତାଙ୍କ ମୁହଁ ଲଗାଇଛନ୍ତି। ଫଟୋଟିକୁ ଏଭଳି ବିକୃତ କରିବା ପରେ ସେ ଏହାକୁ ଫେସ୍‌ବୁକ୍‌ରେ ଛାଡ଼ିଛନ୍ତି। ତାଙ୍କ ନାଁ ବାବୁୟା ଘୋଷ ହୋଇଥିବା ବେଳେ ସେ ପଶ୍ଚିମ ମିଦନାପୁରର ଶାଲବନୀ ପୁଲିସ୍‌ ଷ୍ଟେସନ୍‌ ଅନ୍ତର୍ଗତ ଅଞ୍ଚଳରେ ରହନ୍ତି।

ଯଦି ଜଣେ ଠିକ୍‌ ବୟସ୍‌ରେ ବିବାହ ନ କରେ, ତା’ହେଲେ ତା’ର ଅବସ୍ଥା କ’ଣ ହୁଏ ବୋଲି ମଧ୍ୟ ସେ ଫେସ୍‌ବୁକ୍‌ରେ ଏକ ଆଲେଖ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଯଦି ଜଣେ ପୁଅ ଠିକ୍‌ ସମୟରେ ବାହା ନହୁଏ, ତା’ହେଲେ ସେ ପାଗଳପ୍ରାୟ ହୋଇଯାଏ।

କିନ୍ତୁ ଯଦି ଜଣେ ଝିଅ ଉଚିତ୍‌ ବୟସରେ ବାହା ନହୁଏ, ତା’ହେଲେ ସେ କେମିତି କାର୍ଯ୍ୟ କରିଥାଏ, ସେକଥା ଏବେ ସମଗ୍ର ପଶ୍ଚିମବଙ୍ଗ ଦେଖୁଛି। ଏହାପରେ ସେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ଏକ ବିକୃତ ଫଟୋକୁ ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି।

ଏହି ଫଟୋ ଭାଇରାଲ୍‌ ହେବା ପରେ ପୁଲିସ୍‌ ବାବୁୟାଙ୍କୁ ଗିରଫ କରିଛି। ପୂର୍ବରୁ ମଧ୍ୟ ସେ ଏଭଳି ବିବାଦୀୟ ପୋଷ୍ଟ କରିବାର ନଜିର ରହିଛି।



from Odisha Reporter https://ift.tt/2pioGae

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages