
ଧର୍ମଶାଳା:୧୮ ଶିଖ ରେଜିମେଣ୍ଟର ଜଣେ ଯବାନ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଗୁଳି କରିବାପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଧର୍ମଶାଳା କ୍ୟାଣ୍ଟନମେଣ୍ଟରେ ଯବାନ ଜଣଙ୍କ ନିଜ ପାଖରେ ଥିବା ବନ୍ଧୁକରେ ଏଭଳି କାଣ୍ଡ ଭିଆଇଛନ୍ତି। ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡ଼ିନାହିଁ। ସମସ୍ତ ମୃତକ ପଞ୍ଜାବର ଅଧିବାସୀ ଓ ଏମାନେ ୧୮ ଶିଖ ରେଜିମେଣ୍ଟରେ ନିୟୋଜିତ ହେଇଥିଲେ।
ସିପାହୀ ଯଶବୀର ସିଂହଙ୍କୁ ଅଫିସର୍ ମେସରେ ରାତି ୨ଟାରୁ ସକାଳ ୬ଟା ଯାଏ ଡ୍ୟୁଟି କରିବାର ଥିଲା। ତେବେ ରାତି ୨ଟାରୁ ୩ଟା ମଧ୍ୟରେ ଯଶବୀର ବ୍ୟାରାକ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ବେଡ୍ରେ ଶୋଇବା ପାଇଁ ପ୍ରସ୍ତୁତ ହେଉଥିବା ହାବିଲଦାର ହରଦୀପ ସିଂହ ଓ ନାଏକ ହରପାଲ୍ ସିଂହଙ୍କୁ ନିଜ ପାଖରେ ଥିବା ଇନ୍ସାସ୍ ରାଇଫଲ୍ରୁ ହଠାତ ଗୁଳିମାଡ଼ କରିଥିଲେ। ଏହାପରେ ଯଶବୀର ନିଜ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ହେଁ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେନା ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2xwd4no
No comments:
Post a Comment