କାହିଁକି ଚାଣକ୍ୟଙ୍କ ଆଗ ଦାନ୍ତକୁ ଭାଙ୍ଗି ଦେଇଥିଲେ ମା’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

କାହିଁକି ଚାଣକ୍ୟଙ୍କ ଆଗ ଦାନ୍ତକୁ ଭାଙ୍ଗି ଦେଇଥିଲେ ମା’ ?

ଭୁବନେଶ୍ୱର: ଚାଣକ୍ୟଙ୍କୁ ଦୁନିଆର ସବୁଠୁ ବିଦ୍ୱାନ ବ୍ୟକ୍ତି ବୋଲି ବିବେଚନା କରାଯାଏ। ସେ ଜଣେ ପ୍ରବୀଣ ଦାର୍ଶନିକ ଥିଲେ। ଭାରତର ପୁରାତନ ବିଶ୍ୱବିଦ୍ୟାଳୟ ତକ୍ଷଶିଳାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ।  ଜଣେ କିଙ୍ଗ ମେକରଭାବେ ସେ ବେଶ୍ ଜଣାଶୁଣା।

ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁଗୁପ୍ତ ନାମରେ ପରିଚିତ। ଚାଣକ୍ୟଙ୍କ ବାଣୀ ଚାଣକ୍ୟ ନୀତି ଭାବେ ଯୁଗଯୁଗ ଧରି ଅନୁସୃତ ହୋଇ ଆସିଛି। ଯାହାକୁ ଜ୍ଞାନର ଭଣ୍ଡାର ବୋଲି ମଧ୍ୟ କୁହାଯାଏ। ଚାଣକ୍ୟଙ୍କ ବିଷୟରେ ଗୋଟିଏ ରୋଚକ ତଥ୍ୟ ଶୁଣିବାକୁ ମିଳେ। ତାହା ହେଉଛି ଚାଣକ୍ୟଙ୍କ ମା’ ତାଙ୍କ ଆଗ ଦାନ୍ତକୁ ଭାଙ୍ଗି ଦେଇଥିଲେ। ହେଲେ କାହିଁକି ତାଙ୍କ ମା ଏମିତି କାମ କରିଥିଲେ? ପୁଅକୁ ନେଇ ମାଙ୍କୁ କେଉଁ ଭୟ ଘାରିଥିଲା। ଆସନ୍ତୁ ଜାଣିବା।

ଚାଣକ୍ୟ ବ୍ରାହ୍ମଣ ଥିଲେ। ଆଉ ଚାଣକ୍ୟଙ୍କର ପିଲା ବେଳୁ ଶ୍ୱାନ୍‌ ଦାନ୍ତ ଥିଲା ବୋଲି କୁହାଯାଏ। ସେ ସମୟରେ ଲୋକମାନଙ୍କର ଏକ ଧାରଣା ଥିଲା ଯେ, ଯେଉଁମାନଙ୍କର ଶ୍ୱାନ୍‌ ଦାନ୍ତ ଥାଏ ସେ ବଡ଼ ହୋଇ ରାଜା ହେବାର ସୌଭାଗ୍ୟ ଅର୍ଜନ କରେ। ତେଣୁ ତାଙ୍କ ମା ପୁଅର ଏମିତି ଦାନ୍ତ ଉଠିବାକୁ ଦେଖି ଚିନ୍ତାରେ ପଡ଼ିଲେ।

ତାଙ୍କ ମା’ ଭାବିଲେ ଯଦି ପୁଅ ବଡ଼ ହୋଇ ରାଜା ହେବ, ତେବେ ତାଙ୍କର ଧର୍ମ ନଷ୍ଟ ହୋଇଯିବ। କାରଣ ବ୍ରାହ୍ମଣଙ୍କ କାମ ରାଜା ହେବା ନୁହେଁ। ବରଂ ସମାଜକୁ ଶିକ୍ଷା ଦେବା ବ୍ରାହ୍ମଣଙ୍କ ଧର୍ମ ଏବଂ କର୍ମ ମଧ୍ୟ। ଏହାଛଡ଼ା ତାଙ୍କ ମା’ଙ୍କୁ ଆଉ ଏକ ଭୟ ଥିଲା। ତାହା ହେଉଛି ଯଦି ଚାଣକ୍ୟ ରାଜା ହୁଅନ୍ତି ତେବେ ସେ ଭବିଷ୍ୟତରେ ନିଜ ମା’ଙ୍କୁ ପର କରି ଚାଲିଯିବେ।

ଏହି କାରଣରୁ ଚାଣକ୍ୟଙ୍କ ମା’ ଚାଣକ୍ୟଙ୍କ ଆଗ ଦାନ୍ତ ଭାଙ୍ଗିଦେଇଥିଲେ। ହେଲେ ବଡ଼ ହେବା ପରେ ଚାଣକ୍ୟ ସିନା ରାଜା ହୋଇପାରିଲେନି, କିନ୍ତୁ ନିଜର ତୀକ୍ଷ୍ଣ ବୁଦ୍ଧି ଓ ଜ୍ଞାନ ବଳରେ  କିଙ୍ଗ୍‌ ମେକର୍‌ ହୋଇପାରିଥିଲେ। ଆଉ ନିଜ ଶିଷ୍ୟ ଚନ୍ଦ୍ରଗୁପ୍ତଙ୍କୁ ମଗ୍‌ଧର ରାଜା କରାଇପାରିଥିଲେ।



from Odisha Reporter https://ift.tt/2xaDZVY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages