ଦାମଙ୍କୁ ଭେଟିଲେ ବୈଜୟନ୍ତ, ପ୍ରତିକ୍ରିୟାରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଦାମଙ୍କୁ ଭେଟିଲେ ବୈଜୟନ୍ତ, ପ୍ରତିକ୍ରିୟାରେ କହିଲେ ଏମିତି କଥା

baijayant

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରାଯିବା ପରେ ପରେ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଭେଟିଥିଲେ। ବୈଜୟନ୍ତ ତାଙ୍କୁ ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ।

ଦାମଙ୍କୁ ଭେଟିବା ପରେ ବୈଜୟନ୍ତ କହିଥିଲେ,“ ଦାମ ବାବୁଙ୍କୁ ନୈତିକ ସମର୍ଥନ ଦେବାକୁ ଆସିଥିଲି। ତାଙ୍କ ଉପରେ ଆକ୍ସନ୍‌ ହେବା ବଡ଼ ଦୁଃଖର କଥା। ବିଜୁ ବାବୁଙ୍କ ସହ କାମ କରିଥିବା ଲୋକଙ୍କୁ ଜଣ ଜଣ କରି ବିଦା କରାଯାଉଛି।”

ସେ କହିଛନ୍ତି,“ଯେଉଁ ଦଳକୁ ନେଇ ଆମେ ଗର୍ବ କରୁଥିଲୁ, ସେ ଦଳ ଆଉ ନାହିଁ। ଆଗରୁ ଭ୍ରଷ୍ଟାଚାରର ବାସ୍ନା ମିଳିଲେ ଆକ୍ସନ ନିଆଯାଉଥିଲା। ହେଲେ ଏବେ ଦୁର୍ନୀତି ଅଭିଯୋଗ ଆସିଲେ ଅଭିଯୋଗକାରୀଙ୍କ ଉପରେ ଆକ୍ସନ ହେଉଛି।”

ଅନ୍ୟପକ୍ଷରେ ଦାମୋଦର ରାଉତ କହିଛନ୍ତି,“ ବୈଜୟନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟରେ କିଛି ଆଲୋଚନା ହୋଇନି। ନବୀନ ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି ଯାହା ବିଜୁ ଆଦର୍ଶ ବାହାରେ। ଏବେ ବିଜେଡିରେ ଆଉ କେହି ବିଜୁ ସମର୍ଥକ ନାହାନ୍ତି।”

ଦାମଙ୍କ ବାସଭବନ ଆଗରେ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।



from Odisha Reporter https://ift.tt/2NFpjZ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages