ଭାରତର ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ ଫ୍ୟାନ୍‌, ଭଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଭାରତର ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ ଫ୍ୟାନ୍‌, ଭଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଖେଳାଯାଇଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ୍‌ର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଭିନ୍ନ ଭିନ୍ନ କାରଣରୁ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଯଦିଓ ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନ ବିପକ୍ଷରେ ୮ୱିକେଟ୍‌ରେ ବିଜୟୀ ହୋଇଥିଲା, ତେବେ ମ୍ୟାଚ୍‌ରେ ହାର୍‌ଜିତ୍‌କୁ ନେଇ ନୁହେଁ ବରଂ ମ୍ୟାଚ୍‌ ଖେଳାଯିବାବେଳେ କ୍ୟାମେରାରେ କଏଦ୍ ହୋଇଥିବା କିଛି ଏପରି ଦୃଶ୍ୟକୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରି ଉଭୟ ଦେଶର କ୍ରିକେଟ୍‌ ଫ୍ୟାନ୍‌ମାନେ ଭାଇଚାରାର ଏକ ନିଆରା ମାହୋଲ୍‌ ସୃଷ୍ଟି କରିଛନ୍ତି।

ପାକିସ୍ତାନ୍‌ ବ୍ୟାଟିଂବେଳେ ଭାରତୀୟ ସ୍ପିନ୍‌ ତାରକା ୟଜୁବେନ୍ଦ୍ର ଚହଲ ପଡ଼ିଆରେ ପାକ୍‌ ଫାଷ୍ଟ୍ ବୋଲର୍ ଉସ୍‌ମାନ୍ ଖାନଙ୍କ ଜୋତାର ଲେସ୍ ବାନ୍ଧି ଦେଉଥିବା ଦେଖିବାକୁ ମିଳିଥିଲ। ଏହି ମୁହୂର୍ତ୍ତ ଉଭୟ ଦେଶର ଜନତାଙ୍କ ହୃଦୟକୁ ଜିତିନେଇଥିଲା। ଏବେ ମ୍ୟାଚ୍‌ର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।  ଏହି ଭିଡିଓରେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍‌ମାନେ ଟିମ୍ ଇଣ୍ଡିଆ ପ୍ରଶଂସକଙ୍କ ସହ ଛିଡ଼ା ହୋଇ ଏକାଠି ଭାରତର ଜାତୀୟ ସଂଗୀତ ଗାଇବାର ଦୃଶ୍ୟ ଦେଖିବାକୁ ମିଳିଛି।

A Pakistani at the indo pak game.

Voice Of Ram यांनी वर पोस्ट केले गुरुवार, २० सप्टेंबर, २०१८

ଭିଡିଓରେ ଦେଖାଯାଉଛି, ଷ୍ଟାଡିୟମ୍‌ରେ ବାଜୁଥିବା ଭାରତର ଜାତୀୟ ସଂଗୀତକୁ ସମ୍ମାନ ଦେଇ ଉଭୟ ପାକିସ୍ତାନୀ ଓ ଭାରତୀୟ ଫ୍ୟାନ୍‌ମାନେ ଛିଡ଼ା ହୋଇଛନ୍ତି। କେବଳ ଏକାଠି ଛିଡ଼ା ହୋଇନାହାନ୍ତି, ସମ୍ମାନର ସହ ଜାତୀୟ ସଂଗୀତକୁ ଗାଉଛନ୍ତି ମଧ୍ୟ। ଏଥିରେ ଜଣେ ପାକିସ୍ଥାନୀ ଫ୍ୟାନ୍ ବେକରେ ନିଜ ଦେଶର ପତାକା ପକାଇ ଭାରତର ଜାତୀୟ ସଙ୍ଗୀତକୁ ବଡ଼ ଆନନ୍ଦ ଓ ସମ୍ମାନର ସହ ଗାଉଥିବା ଦେଖିବାକୁ ମିଳିଛି।

ଭିଡିଓଟି ଫେସ୍‌ବୁକ୍‌, ଟ୍ୱିଟର୍ ଓ ହ୍ୱାଟ୍‌ସ୍‌ଆପ୍‌ରେ ଅଧିକ ସଂଖ୍ୟାରେ ଶେୟାର୍‌ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଏହି ଭିଡିଓଟି ବହୁ ପରିମାଣରେ ଶେୟାର୍‌ ହେଉଛି।
ଫେସବୁକ୍‌ରେ ଏହି ଭିଡିଓକୁ ଶେୟାର୍ କରିଥିବା ଅଦିଲ୍‌ ତାଜ୍‌ ନାମକ ଜଣେ ବ୍ୟକ୍ତି ଏଥିରେ ଲେଖିଛନ୍ତି, ‘ଏ ହେଉଛି ମୁଁ। ଭିଡିଓଟିକୁ ଶେୟାର କରିବାରୁ ଧନ୍ୟବାଦ।’

ଅଦିଲ୍‌ ଏଥିରେ ସମସ୍ତଙ୍କୁ ନିଜ ଚାରିପାଖରେ ଭଲପାଇବା ଓ ଶାନ୍ତି ବାଣ୍ଟିବାକୁ ମଧ୍ୟ କହିଛନ୍ତି।



from Odisha Reporter https://ift.tt/2Do1dOJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages