ସଙ୍ଗେ ସଙ୍ଗେ ପୂରଣ ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ସଙ୍ଗେ ସଙ୍ଗେ ପୂରଣ ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ଦାବି

namo

ନବୀନ ପ୍ରସ୍ତାବ ଦେଇଥିଲେ ଯେ ଏହି ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନ ନିୟମିତ ଉଡ଼ାଣ କରୁ। ଯାହା ସିଟ୍ ବଳକା ରହିବ, ତା’ର ଅର୍ଥ ରାଜ୍ୟ ସରକାର ଦେବେ। ବର୍ଷେ ପର୍ଯ୍ୟନ୍ତ ସରକାର ବଳକା ସିଟ୍‌ର ପଇସା ଦେବେ।

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଆଜି ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍‌ଘାଟନ କରିଛନ୍ତି। ତା’ସହିତ ଝାରସୁଗୁଡ଼ା ବିମାନ ବନ୍ଦରର ନାଁ ‘ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର’ ରଖାଯାଇଛି। ଏନେଇ ମୋଦି ମଞ୍ଚ ଉପରେ ଘୋଷଣା କରିଥିଲେ।

ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଲା ବେଳେ ଦାବି କରିଥିଲେ ଯେ ଝାରସୁଗୁଡ଼ା ବିମାନବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମ ଅନୁସାରେ ହେଉ। ଆଉ ତାଙ୍କର ଏହି ଦାବିକୁ ମାତ୍ର କେଇ ମିନିଟ୍ ପରେ ପୂରଣ କରି ଦେଇଥିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଭାଷଣ ଦେବା ଅବସରରେ ଏନେଇ ଘୋଷଣା କରିଥିଲେ।

ତା’ ସହିତ ନବୀନ ଦାବି କରିଥିଲେ ଯେ ଝାରସୁଗୁଡ଼ା ବିମାନବନ୍ଦରରୁ ଶୀଘ୍ର କମର୍ସିଆଲ୍ ବିମାନ ଚଳାଚଳ ଆରମ୍ଭ କରାଯାଉ।
ନୂଆଦିଲ୍ଲୀ-ଭୁବନେଶ୍ୱର ବିମାନ ଝାରସୁଗୁଡ଼ା ଦେଇ ଯାଉ ବୋଲି ମଧ୍ୟ ସେ ଦାବି କରିଥିଲେ। ତା’ସହିତ କୋଇଲା ରୟାଲିଟି ବୃଦ୍ଧି ପାଇଁ ମଧ୍ୟ ଦାବି କରିଥିଲେ ନବୀନ।

ନବୀନ ପ୍ରସ୍ତାବ ଦେଇଥିଲେ ଯେ ଏହି ବିମାନବନ୍ଦରରୁ ଏୟାର ଇଣ୍ଡିଆ ବିମାନ ନିୟମିତ ଉଡ଼ାଣ କରୁ। ଯାହା ସିଟ୍ ବଳକା ରହିବ, ତା’ର ଅର୍ଥ ରାଜ୍ୟ ସରକାର ଦେବେ। ବର୍ଷେ ପର୍ଯ୍ୟନ୍ତ ସରକାର ବଳକା ସିଟ୍‌ର ପଇସା ଦେବେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ଏହି ଏୟାରପୋର୍ଟ ପାଇଁ ରାଜ୍ୟ ସରକାର ମାଗଣା ଜମି ଦେଇଛନ୍ତି। ମାଗଣାରେ ପାଣି ଏବଂ ବିଜୁଳି ଦିଆଯାଉଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରାଗଲା ବୋଲି ଘୋଷଣା କରିଥିଲେ।

ସେ କହିଥିଲେ, ଓଡ଼ିଶାରେ ମାତ୍ର ଗୋଟିଏ ବିମାନବନ୍ଦର ଥିଲା। ଗୁଜରାଟ କଚ୍ଛ ଜିଲ୍ଲାରେ କେବଳ ୫ଟି ବିମାନବନ୍ଦର ରହିଛି। ବିଳମ୍ବରେ ହେଲେ ବି ଓଡ଼ିଶାରେ ଦ୍ୱିତୀୟ ବିମାନବନ୍ଦର ହେଲା।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ତିନି କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।



from Odisha Reporter https://ift.tt/2xFymiz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages