ମହାକାଳ ମନ୍ଦିରରେ ଉଦଣ୍ଡ ହୋଇ ନାଚିଲେ ମଡେଲ, ଭାଇରାଲ ହେଲା ଭିଡ଼ିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ମହାକାଳ ମନ୍ଦିରରେ ଉଦଣ୍ଡ ହୋଇ ନାଚିଲେ ମଡେଲ, ଭାଇରାଲ ହେଲା ଭିଡ଼ିଓ

ଭୋପାଲ(ଓଡ଼ିଶା ରିପୋର୍ଟର): ମନ୍ଦିରରେ ଠାକୁରଙ୍କୁ ଦର୍ଶନ କଲେ ମନରେ ଭକ୍ତି ଆସେ। ଭାବାନ୍ତର ଆସିବା ପରେ ଶାନ୍ତ ମନରେ ଆମେ ପ୍ରାର୍ଥନା କରିବାକୁ ଶ୍ରେୟ ମଣୁ। ଆମ ସହ ଆପଣ ବି ଏ କଥାରେ ଏକମତ ହେବେ।

ହେଲେ ସେଦିନ କ’ଣ ହେଲା କେଜାଣି, ଠାକୁର ଦର୍ଶନ କରି ଆସିବା ପରେ ଜଣେ ଧଳା ଶାଢୀ ପରିହିତ ଯୁବତୀ ମନ୍ଦିର ଭିତରେ ନାଚିବାକୁ ଲାଗିଲେ। ଲୋକେ ଦେଖୁଥିଲେ ବି କିଛି କହୁ ନ ଥାନ୍ତି। ହେଲେ ଏବେ ଉକ୍ତ ମହିଳାଙ୍କ ଅଶାଳୀନ ନୃତ୍ୟର ଏହି ଭିଡିଓ ସୋଶଲ ମିଡିଆରେ ଭାଇରାଲ ହୋଇଛି । ଆଉ ଯୁବତୀଙ୍କ ପରିଚୟ ପଦାକୁ ଆସିଛି।

ଯୁବତୀ ଜଣକ ବମ୍ବେର ଜଣେ ମଡେଲ। ତାଙ୍କ ନାଁ  ନନ୍ଦିନୀ କୁରିଲ ବୋଲି ଅନୁମାନ କରାଯାଉଛି। କାରଣ ଭାଇରାଲ ହୋଇଥିବା ଭିଡ଼ିଓରେ ଏହି ନାଁଟି ରହିଛି। ଭିଡିଓଟି ଉଜୈନ୍ନର ପ୍ରସିଦ୍ଧ ମହାକାଳ ଜ୍ୟୋତିଲିଙ୍ଗ ମନ୍ଦିର ପରିସରରେ ସୁଟ୍‌ ହୋଇଛି। ମଡେଲ ଜଣକ ନିଜ ଅନ୍ଦାଜରେ ନାଚ କରୁଥିବା ବେଳେ ତାଙ୍କର କେହି ସହଯୋଗୀ ଏହାକୁ ସୁଟ୍‌ କରିଛନ୍ତି।

ମଡେଲ ଜଣକ ଏକ ଧଳା ଟ୍ରାନ୍ସପରେଣ୍ଟ ଶାଢ଼ୀ ପରିଧାନ କରିଥିବା ବେଳେ ଦେହରେ ରହିଛି ଧଳା ହାତକଟା ବ୍ଲାଉଜ୍‌। ଅଙ୍ଗ ପ୍ରଦର୍ଶନ ପୂର୍ବକ ସେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଯାହାକି ଏକ ଧାର୍ମିକ ସ୍ଥଳରେ ଆଦୌ ଗ୍ରହଣୀୟ ନୁହେଁ। ଭିଡିଓରେ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ଯା ଆସ କରୁଥିବା ଦେଖିବାକୁ ମିଳିଛି।

ଏହି ମନ୍ଦିରକୁ ମୋବାଇଲ ଆଣିବା ଉପରେ ପ୍ରତିବନ୍ଧକ ଥିବା ବେଳେ ମଡେଲ ଜଣକ ସେଠାକୁ କ୍ୟାମେରା କିପରି ନେଲେ ଓ କେଉଁ ସ୍ଥାନରେ ଭିଡିଓ ସୁଟ୍‌ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ମନ୍ଦିର ପରିଚାଳକ ଅଭିଶେକ ଦୁବେ ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏପରକି ମନ୍ଦିର ପରିସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହେବ ବୋଲି ମଧ୍ୟ ଦୁବେ ଦୃଢୋକ୍ତି ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2CBwVYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages