ରାଜେଶ୍‌ ଖାନ୍ନାଙ୍କୁ କାମ ମାଗିବାକୁ ଯାଇ ନିରାଶ ହୋଇଥିଲେ ଅକ୍ଷୟ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ରାଜେଶ୍‌ ଖାନ୍ନାଙ୍କୁ କାମ ମାଗିବାକୁ ଯାଇ ନିରାଶ ହୋଇଥିଲେ ଅକ୍ଷୟ କୁମାର

akshay-kumar1

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ୫୧ତମ ଜନ୍ମଦିନ। ୧୯୬୭ ମସିହା ସେପ୍ଟେମ୍ବର୍‌ ୯ ତାରିଖରେ ପଞ୍ଜାବର ଅମୃତସର୍‌ରେ ଅକ୍ଷୟଙ୍କ ଜନ୍ମ ହୋଇଥିଲା। ଅଭିନେତା ହେବାର ସ୍ୱପ୍ନ ନେଇ ଅମୃତସର୍‌ରୁ ମାୟାନଗରୀ ମୁମ୍ବାଇକୁ ଆସିଥିବା ଅକ୍ଷୟଙ୍କୁ ପ୍ରଥମେ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା।

Akshay-Kumar-4

ଏମିତି ବି ଦିନ ଥିଲା, ଯେତେବେଳେ ନାମୀ ଦାମୀ ପ୍ରଯୋଜକମାନେ ସେମାନଙ୍କ ଫିଲ୍ମରେ ଅକ୍ଷୟ କୁମାର୍‌ଙ୍କୁ ନେଇ ରିସ୍କ ଉଠାଇବା ଚାହୁଁ ନଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅଭିନେତ୍ରୀ ପତ୍ନୀ ଟ୍ୱିଙ୍କଲ୍‌ ଖାନ୍ନାଙ୍କୁ ବିବାହ କରିବାର ଢେର୍ ବର୍ଷ ପୂର୍ବରୁ ଅକ୍ଷୟ ଟ୍ୱିଙ୍କଲ୍‌ଙ୍କ ବାପା ତଥା କିମ୍ବଦନ୍ତୀ ଅଭିନେତା ଓ ପ୍ରଯୋଜକ ରାଜେଶ୍ ଖାନ୍ନାଙ୍କ ପାଖକୁ କାମ ମାଗିବା ପାଇଁ ଆସିଥିଲେ। କିନ୍ତୁ ନିରାଶ ହୋଇ ଫେରିଥିଲେ। ନିଜ ପ୍ରଯୋଜିତ ସେହି ଫିଲ୍ମ୍‌ରେ ରାଜେଶ୍ ଖାନ୍ନା ଅକ୍ଷୟଙ୍କୁ ନେଇ ନଥିଲେ।

download6

୧୯୯୦ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ୍‌ ‘ଜୟ ଶିବ ଶଙ୍କର’। ଫିଲ୍ମ୍‌ର ପ୍ରଯୋଜକ ଥିଲେ ରାଜେଶ୍‌ ଖାନ୍ନା। ସେ ନିଜେ ମଧ୍ୟ ଏଥିରେ ଅଭିନୟ କରୁଥିଲେ। ତେବେ ସେକଣ୍ଡ୍‌ ଲିଡ୍‌ ପାଇଁ ଅନ୍ୟଜଣେ ଅଭିନେତାଙ୍କ ଆବଶ୍ୟକ ଥିଲା। ଅକ୍ଷୟ କୁମାର୍‌ଙ୍କୁ ଏହି ସୂଚନା ମିଳିବା ପରେ, ସେ ଏହି ରୋଲ୍‌ ପାଇଁ ଅଡିସନ୍‌ ଦେବାକୁ ଯାଇଥିଲେ। କିନ୍ତୁ ଅକ୍ଷୟଙ୍କୁ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିନଥିଲା। ତାଙ୍କ ସ୍ଥାନରେ ଚଙ୍କି ପାଣ୍ଡେକୁ ନିଆଯାଇଥିଲା।

Akshay-Kumar3

ଏହାର ପ୍ରାୟ ୧୦ ବର୍ଷ ପରେ ଅର୍ଥାତ୍‌ ୨୦୦୧ରେ ଅକ୍ଷୟ, ରାଜେଶା ଖାନ୍ନା-ଡିମ୍ପଲ୍‌ କାପାଡ଼ିଆଙ୍କ ଅଭିନେତ୍ରୀ ଝିଅ ଟ୍ୱିଙ୍କଲ୍‌ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ବିବାହ ବେଳକୁ ଅକ୍ଷୟ ବଲିଉଡ୍‌ର ଡିମାଣ୍ଡିଂ ଅଭିନେତା ପାଲଟି ସାରିଥିଲେ। ଖିଲାଡ଼ି ଷ୍ଟାର୍‌ଙ୍କ ବିବାହକୁ ୧୬ ବର୍ଷ ପୂରିଛି ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି।

Akshay-Kumar2

ଚଳିତ ବର୍ଷ ଅକ୍ଷୟ କୁମାର୍‌ ଅଭିନୀତ ଦୁଇଟି ଫିଲ୍ମ୍‌ ‘ପ୍ୟାଡ୍‌ମ୍ୟାନ୍‌’ ଏବଂ ‘ଗୋଲ୍ଡ୍‌’ ବକ୍ସ ଅଫିସ୍‌ରେ ଭଲ ବିଜିନେସ୍‌ କରିଛି। ଆଗକୁ ଖିଲାଡ଼ି ଷ୍ଟାର୍‌ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ଫିଲ୍ମ ‘୨.୦’ ରେ ନଜରକୁ ଆସିବେ। ଏହି ଫିଲ୍ମ୍‌ ୧୩ ସେପ୍ଟେମ୍ୱରରେ ରିଲିଜ୍‌ ହେବ।

ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କଲ୍‌, ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ୍‌ ‘ହାଉସ୍‌ଫୁଲ୍‌-୪’ର କୋ-ଷ୍ଟାର୍‌ ବବି ଦେଓଲ୍‌ ଓ ବହୁ ଫ୍ୟାନ୍ ଖିଲାଡ଼ି ଷ୍ଟାର୍‌ଙ୍କୁ ସୋଶାଲ୍ ମିଡିଆରେ ବାର୍ଥ୍‌ ଡେ’ ୱିଶ୍‌ କରିଛନ୍ତି।



from Odisha Reporter https://ift.tt/2CBUZdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages