ଆଖି ବୁଜିଲା ମହାବଳ ବାଘ ‘ମନୀଷ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଆଖି ବୁଜିଲା ମହାବଳ ବାଘ ‘ମନୀଷ’

tiger-death-in-nandankanan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ମହାବଳ ବାଘ ‘ମନୀଷ’ର ମୃତ୍ୟୁ ଘଟିଛି। ୧୦ ବର୍ଷ ବୟସ୍କ ‘ମନୀଷ’ ଗତ ୬ ମାସ ହେଲା ନନ୍ଦନକାନନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ସିଟାଉକ୍ସଜୁନ୍‌ ଫେଲିସ୍‌ ନାମକ ଭାଇରସ୍‌ ସଂକ୍ରମଣ ଯୋଗୁ  ‘ମନୀଷ’ ବ୍ଲଡ୍ ପ୍ରୋଟୋଜୋଆନ୍‌ ରୋଗରେ ପୀଡ଼ିତ ଥିଲା।
ପ୍ରୋଟୋଜୋଆନ୍‌ ରୋଗର ସେଭଳି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ନାହିଁ। ତଥାପି ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନର ଡାକ୍ତରମାନେ ‘ମନୀଷ’ର ଚିକିତ୍ସା ଜାରି ରଖିଥିଲେ। ‘ମନୀଷ’ର ରକ୍ତ ପରିବର୍ତ୍ତନ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ଏହା ପୂର୍ବରୁ ‘ମନୀଷ’ ଆଖି ବୁଜିଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଜଣାଇଛନ୍ତି।

‘ମନୀଷ’ର ଔରସରୁ ଓ ଧଳା ବାଘୁଣୀ ସ୍ନେହାର ଗର୍ଭରୁ ୨୦୧୬ ଅଗଷ୍ଟ ୬ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ଟି ବାଘ ଛୁଆ ଜନ୍ମ ହୋଇଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ କଳାବାଘ ଓ ଅନ୍ୟ ଦୁଇଟି ସାଧାରଣ ମହାବଳ ବାଘ ଥିଲେ। ଏବେ ନନ୍ଦନକାନନରେ ୧୦ ବାଘ, ୧୪ ବାଘୁଣୀ ରହିଛନ୍ତି।



from Odisha Reporter https://ift.tt/2oyB5Xc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages