ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଚୟନ କରାଯାଇଛି। ମନପ୍ରୀତ କୌରଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରାଯାଇଥିବା ବେଳେ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ସ୍ମୃତି ମନ୍ଧାନାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ବିସିସିଆଇ ପକ୍ଷରୁ ଏକ ମେଲ୍‌ ଯୋଗେ ଆଜି ଏହି ସୂଚନା ଦିଆଯାଇଛି।

ମହିଳା ଟି-୨୦ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ଆସନ୍ତା ନଭେମ୍ବର ୯ରୁ ୨୪ ଯାଏ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ। ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ସହ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଗାଏନାରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ।

ମହିଳା ଟି-୨୦ ବିଶ୍ୱକପ୍‌ର ପ୍ରଥମ ଟ୍ରଫି ଇଂଲଣ୍ଡ ଜିତିଥିବା ବେଳେ ଅଷ୍ଟ୍ରେଲିଆ କ୍ରମାଗତ ଭାବେ ୩ ଥର ଚାମ୍ପିୟନ୍‌ ହୋଇଛି। ୨୦୧୬ ବିଶ୍ୱକପ୍‌ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା।

ଇଣ୍ଡିଆ ଟିମ: ହରମନ୍‌ପ୍ରୀତ୍‌ କୌର(ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ମିତାଲୀ ରାଜ, ଜେମିମା ରୋଡରିଗସ, ଭେଡା କ୍ରିଷ୍ଣମୂର୍ତ୍ତି,ଦୀପ୍ତି ଶର୍ମା,ତନୟା ଭାଟିଆ(ୱିକେଟ୍‌ କିପର୍‌), ପୁନମ ଯାଦବ, ରାଧା ଯାଦବ, ଅଞ୍ଜୁ ପାଟିଲ, ଏକତା ବିଷ୍ଟ,ଡି ହେମଲତା,ମାନସୀ ଯୋଶୀ, ପୂଜା ଭାସ୍ତ୍ରାକର ଓ ଅରୁନ୍ଧତୀ ରେଡ୍ଡୀ।

 



from Odisha Reporter https://ift.tt/2xMyv4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages