ଏସିଆ କପ୍ ଜିତିବାକୁ ଭାରତ ଆଗରେ ୨୨୩ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଏସିଆ କପ୍ ଜିତିବାକୁ ଭାରତ ଆଗରେ ୨୨୩ ରନ୍‌ର ଟାର୍ଗେଟ

ଦୁବାଇ: ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ବାଂଲାଦେଶ। ଏସିଆ କପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ୪୮.୩ ଓଭର୍‌ରେ ୨୨୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ୭ମ ଥର ଏସିଆ ଦଖଲ କରିବା ପାଇଁ ଟିମ୍‌ ଇଣ୍ଡିଆକୁ ୨୨୩ ରନ୍‌ର ଟାର୍ଗେଟ ମିଳିଛି।

ବାଂଲାଦେଶ ପକ୍ଷରୁ ଶତକୀୟ ଇନିଂସ ଖେଳିଥିବା ଓପନର୍‌ ଲିଟନ୍‌ ଦାସ ସର୍ବାଧିକ ୧୨୧ ରନ୍‌ କରିଥିବା ବେଳେ ଅନ୍ୟତମ ଓପନର୍‌ ମେହେଦି ହାସନ ମିର୍ଜା ୩୨ ଓ ସୌମ୍ୟ ସରକାର ୩୩ ରନ୍‌ କରିଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଅଣ୍ଡର ଆର୍ମ ସ୍ପିନର୍‌ କେଦାର ଯାଦବ ଦୁଇଟି, ୟୁଜବେନ୍ଦର ଚହଲ ଓ ଯଶପ୍ରୀତ୍‌ ବୁମରା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ତୃତୀୟ ଥର ପାଇଁ ଏସିଆ କପ୍‌ ଫାଇନାଲ୍‌ ଖେଳୁଥିବା ବାଂଲାଦେଶ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର୍‌ ଲିଟନ୍ ଦାସ ଓ ମେହେଦି ହାସନ ମିର୍ଜା ଆରମ୍ଭରୁ ଭାରତୀୟ ବୋଲର୍‌ଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ତେବେ ଵାଂଲା ଇନିଂସର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ଦୁଇଟି ସୁଯୋଗ ହାତଛଡ଼ା କରିଥିଲା।

ଲିଟନ୍‌ ଦାସ ୧ ରନ୍‌ କରିଥିବା ବେଳେ ଦିନେଶ କାର୍ତ୍ତିକଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ। ତେବେ ଏହାକୁ କାର୍ତ୍ତିକ ଧରି ପାରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ଲିଟନ୍‌ ଦାସ ତାଙ୍କ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଥମ ଶତକ ହାସଲ ମଧ୍ୟ କରିଥିଲେ। ସେହିପରି ଅନ୍ୟତମ ଓପନର୍‌ ମେହେଦି ୫ ରନ୍‌ କରିଥିବା ବେଳେ ରନ୍‌ ଆଉଟ ହେବାର ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ରବୀନ୍ଦ୍ର ଜାଡେଜା ଏହାକୁ ମିସ୍‌ କରିଥିଲେ।

ଏହାପରେ ଉଭୟ ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କୁ ନିର୍ଘାତ ପ୍ରହାର କରିବା ଆରମ୍ଭ କରିଥିଲେ। ଉଭୟ ୧୭ ଓଭରେ ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ ମଧ୍ୟ କରାଇ ନେଇଥିଲେ। ତେବେ ଦଳୀୟ ସ୍କୋର ୧୨୦ ଥିବା ବେଳେ କେଦାର ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସେ ମେହେଦି(୩୨)ଙ୍କୁ ରାୟିଡୁଙ୍କ ହାତରେ କ୍ୟାଚ୍‌ କରାଇ ଦେଇଥିଲେ।

ମେହଦିଙ୍କ ସ୍ଥାନରେ ଆସିଥିବା ଇମ୍‌ରୁଲ୍‌ କାୟେସଙ୍କୁ ଚହଲ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ। ଏହାପରେ କେଦାର ଯାଦବ ଫର୍ମରେ ଥିବା ମୁଶଫିକର ରହିମଙ୍କୁ ବୁମ୍ରାଙ୍କ ହାତରେ ଆଉଟ୍‌ କରି ବାଂଲାଦେଶକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ବାଂଲାଦେଶ ନିୟମିତ ୱିକେଟ୍‌ ହରାଇ ଚାଲିଥିଲା।

ମହମ୍ମଦ ମିଥୁନ(୨) ରନ୍‌ ଆଉଟ୍‌ ହୋଇଥିବା ବେଳେ ମହମ୍ମଦୁଲ୍ଲା(୪)ଙ୍କୁ କୁଲଦୀପ ଆଉଟ୍‌ କରିଦେଇଥିଲେ। ୧୫୧ ରନ୍‌ରେ ୫ଟି ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ବାଂଲାଦେଶକୁ ଲିଟନ୍‌ ଦାସଙ୍କ ସହ ମିଶି ସୌମ୍ୟ ସରକାର କିଛି ସମୟ ପର୍ଯ୍ୟନ୍ତ ସମ୍ଭାଳିଥିଲେ। ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ୩୭ ରନ୍‌ର ଭାଗିଦାରୀ କରିଥିଲେ। ତେବେ ବଡ଼ ଶଟ୍‌ ଖେଳିବାକୁ ଯାଇ ଲିଟନ୍‌ ଦାସ (୧୨୧) କୁଲଦୀପଙ୍କ ଦ୍ୱିତୀୟ ଶିକାର ବନିଥିଲେ।

୭ନଂ ୱିକେଟ୍‌ ଭାବେ ଅଧିନାୟକ ମର୍ଶଫି ମୋର୍ତଜାଙ୍କୁ ଧୋନିଙ୍କ ହାତରେ କୁଲଦୀପ ଷ୍ଟମ୍ପିଙ୍ଗ କରାଇଥିବା ବେଳେ ୮ମ ୱିକେଟ୍‌ ଭାବେ ନଜମୁଲ ଇସଲାମ ରନ୍‌ ଆଉଟ୍‌ ହୋଇଥିଲେ। ତେବେ ସୌମ୍ୟ ସରକାର ଗୋଟିଏ ପଟେ ରହି ଦଳୀୟ ସ୍କୋରକୁ ୨୨୦ ଅତିକ୍ରମ କରାଇଥିଲେ। ସେ ବ୍ୟକ୍ତିଗତ ୩୩ ରନ୍‌ କରିଥିବା ବେଳେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଶେଷରେ ବୁମ୍ରା ରୁବେଲ୍‌ ହାସନ୍‌ଙ୍କୁ ବୋଲ୍ଡ କରି ବାଂଲା ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।



from Odisha Reporter https://ift.tt/2Nabmy2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages