ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇଲେ ଆଇନଜୀବୀ

Lawyers of Orissa High Court intensify their agitation

କଟକ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓକିଲ ଆନ୍ଦୋଳନ ବନ୍ଦ ହୋଇନି। ବରଂ ଆହୁରି ତେଜିଛି। ଆଜି ହାଇକୋର୍ଟ ମୁଖ୍ୟ ଫାଟକରେ ଆଇନଜୀବୀମାନେ ତାଲା ପକାଇଛନ୍ତି। କୋର୍ଟ ପରିସରକୁ ବିଚାରପତିଙ୍କୁ ଆଇନଜୀବୀ ଛାଡ଼ୁ ନାହାନ୍ତି। ଅଭିଯୁକ୍ତ ପୁଲିସ୍‌ଙ୍କୁ ଗିରଫ ଦାବିରେ ଓକିଲ ସଂଘ ଅଟଳ ରହିଛି।

ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‌ଆନ୍ଦୋଳନରୁ ଓହରିବାକୁ ଗତକାଲି ଓକିଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଏକପାଖିଆ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଓକିଲମାନେ ଅଭିଯୋଗ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୈଠକ ହେବାର ଥିଲା। କିନ୍ତୁ ତା’ ପୂର୍ବରୁ ହାଇକୋର୍ଟରେ ତାଲା ପକାଇଥିଲେ ଓକିଲ।

କଟକରେ ଓକିଲଙ୍କୁ ମାଡ଼ ମାରିଥିବା ପୁଲିସ୍‌ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ସେମାନେ ଅଟଳ ରହିଛନ୍ତି।

ଗତ ଅଗଷ୍ଟ ୨୮ ତାରିଖରେ କଟକରେ ଜଣେ ଓକିଲଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତା’ ପରଦିନରୁ ହିଁ ଓକିଲମାନେ ଆନ୍ଦୋଳନ ଚଲାଇଛନ୍ତି। ଏହା ଦ୍ୱାରା କୋର୍ଟ କାମ କିଛି ହୋଇ ପାରୁନାହିଁ। ସାଧାରଣ ଲୋକେ ହଇରାଣ ହେଉଛନ୍ତି।



from Odisha Reporter https://ift.tt/2DD8slO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages