ଅବସର ନେବେ ଅନ୍‌ଲାଇନ୍ କମ୍ପାନୀ ‘ଅଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍‌ ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଅବସର ନେବେ ଅନ୍‌ଲାଇନ୍ କମ୍ପାନୀ ‘ଅଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍‌ ମା

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ଅନ୍‌ଲାଇନ୍‌ କମ୍ପାନୀ ଅଲିବାବାର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଜ୍ୟାକ୍ ମା ନିଜ ପଦରୁ ଅବସର ନେବାକୁ ଯାଉଛନ୍ତି। ଆସନ୍ତା ସୋମବାର ସେ କମ୍ପାନୀରୁ ଅବସର ନେବେ। ଆଗକୁ ସେ ଶିକ୍ଷା ଏବଂ ଜନସେବାରେ ନିଜକୁ ନିୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି।

ଜ୍ୟାକ୍‌ ମା ୨୦୧୩ ଯାଏ ଅଲିବାବା କମ୍ପାନୀର କାର୍ଯ୍ୟକାରୀ ଅଧକ୍ଷ ଥିଲେ। ତେବେ୨୦୧୪ରେ ଏହି କମ୍ପାନୀର ଅଧ୍ୟକ୍ଷ ହେବା ପରେ ସେ ‘ଜ୍ୟାକ୍‌ ମା ଫାଉଣ୍ଡେସନ୍‌’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିଥିଲେ। ଶିକ୍ଷା କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ଥିଲା। ତେବେ ଅଲିବାବା କମ୍ପାନୀ କାମରେ ବ୍ୟସ୍ତ ରହୁଥିବା କାରଣରୁ ଜ୍ୟାକ୍‌ ଏହି ଫାଉଣ୍ଡେସନ୍‌ ପାଇଁ ସମୟ ଦେଇପାରୁ ନଥିଲେ। ଏବେ ଅଲିବାବା କମ୍ପାନୀରୁ ଅବସର ପରେ ଏହି ଫାଉଣ୍ଡେସନ୍‌କୁ ନେଇ ଶିକ୍ଷା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି।

ଅନ୍ୟପକ୍ଷରେ ଜ୍ୟାକ୍ ମା ଅଲିବାବା କମ୍ପାନୀରୁ ଅବସର ନେଉଥିବା ଖବର ଆସିବା ପରେ କମ୍ପାନୀର ଶେୟାର୍‌ ଦୁଇ ପ୍ରତିଶତରୁ ଅଧିକ ଖସିଯାଇଛି। ଅବସର ଏବଂ ପରବର୍ତ୍ତୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଜ୍ୟାକ୍ କହିଛନ୍ତି, ଅବସର ପରେ ତାଙ୍କ ପାଇଁ ଏକ ନୂଆ ଯୁଗ ଆରମ୍ଭ ହେବ। ସେ ଜନ ସେବା କ୍ଷେତ୍ରରେ ଅଧିକ ସମୟ ଦେଇପାରିବେ। ଆଉ ତାଙ୍କୁ ଶିକ୍ଷାଦାନ ଖୁବ୍‌ ପସନ୍ଦ ଥିବାରୁ ସେ ଏଦିଗରେ ଅଧିକ ସମୟ ଦେବା ସହ  ଅର୍ଥ ମଧ୍ୟ ଖର୍ଚ୍ଚ କରିବେ। 

ଜ୍ୟାକ୍‌ଙ୍କ ବାଲ୍ୟ ଜୀବନ ବେଶ୍‌ ସଂଘର୍ଷମୟ ଥିଲା। ପିଲାବେଳେ ଭଲ ପାଠ ହେଉ ନଥିବାରୁ ସେ ଏକାଧିକ ଥର ଶ୍ରେଣୀରେ ଫେଲ୍ ମଧ୍ୟ ହୋଇଥିଲେ। ତେବେ ନିଜର ପ୍ରବଳ ଇଚ୍ଛାଶକ୍ତି ଯୋଗୁ ସେ ଜଣେ ଇଂରାଜୀ ଶିକ୍ଷକ ହୋଇ ପାରିଥିଲେ। କିନ୍ତୁ ପରମୁହୂର୍ତ୍ତରେ ବ୍ୟବସାୟ ପ୍ରତି ମନବଲାଇଲେ ଏବଂ ଅନ୍ୟ ୧୭ ଜଣ ବନ୍ଧୁଙ୍କ ସହିତ ମିଶି ୧୯୯୯ ମସିହାରେ ଚୀନର ଝେଜିୟାଂଗର ହାଙ୍ଗ୍‌ଝୁରେ ଏକ ଆପାର୍ଟମେଣ୍ଟର ଛୋଟ ରୁମ୍‌ରୁ ଅନ୍‌ଲାଇନ୍ କମ୍ପାନୀ ‘ଅଲିବାବା’ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଜ୍ୟାକ୍‌ ମାଙ୍କୁ ଚୀନ୍‌ର କିଛି ସ୍ଥାନରେ ଲୋକେ ଠାକୁର ଭାବେ ପୂଜା କରନ୍ତି।

ଜ୍ୟାକ୍‌ ମାଙ୍କୁ ଆସନ୍ତା ସୋମବାର ୫୪ବର୍ଷ ହେବାକୁ ଯାଉଛି। ସଂଯୋଗବଶତଃ ଏହି ଦିନ ଚୀନରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ।

ଜ୍ୟାକ୍‌ ମାଙ୍କ ସଫଳତାର କାହାଣୀ ଜାଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ:

ବିଫଳତାରୁ ସଫଳତା: ପଞ୍ଚମରେ ୨ ଥର ଓ ଅଷ୍ଟମରେ ୩ ଥର ଫେଲ୍ ପିଲା ଏବେ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଧନୀ

 



from Odisha Reporter https://ift.tt/2QgXYL4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages