
ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ପରେ ସୁନାମି ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି କରିଛି। ସୁଲାୱେସିର ଦ୍ୱୀପର ପାଲୁ ସହରରେ ସମୁଦ୍ର ଜୁଆର ମାଡ଼ି ଆସିବାରୁ ଏଯାଏ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସେହିପରି ଏକାଧିକ ଘର ଏବଂ ଗୋଟିଏ ମସଜିଦ୍ ମଧ୍ୟ ସମୁଦ୍ର ଜୁଆରରେ ଭାସି ଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ନଥିଲେ ହେଁ ବିପୁଳ ପରିମାଣର ଧନଜୀବନ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।
ସୁନାମି ପାଲୁ ସହରରେ ମାଡ଼ିଯାଉଥିବା ବେଳେ ଏହାର ଦୃଶ୍ୟ ମୋବାଇଲ୍ କ୍ୟାମେରାରେ ରେକର୍ଡ କରାଯାଇଛି। ଲୋକମାନେ ସୁନାମି ଭୟରେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ଆଜି ମଧ୍ୟାହ୍ଣରେ ଇଣ୍ଡୋନେସିଆର ସୁଲାୱେସିରେ ୭.୫ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସୁନାମି ଆଲର୍ଟ କରାଯାଇଥିଲା। କିନ୍ତୁ ସୁନାମି ନ ଆସିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ପ୍ରତ୍ୟାହାର କରି ନିଆଯାଇଥିଲା।

ସତର୍କ ସୂଚନା ପ୍ରତ୍ୟାହାର କରାଯିବାର କିଛି ସମୟ ପରେ ପାଲୁ ସହରରେ ସୁନାମି ଦେଖାଦେଇଥିଲା। ୨ ମିଟର ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ି ଆସିଥିଲା। ଏହାଦ୍ୱାରା ଏକାଧିକ ଗାଡ଼ି ଓ ଘର ଭାସି ଯାଇଥିବା ଦେଖିବାକୁ ମିଳିଛି। ସହରର ମୁଖ୍ୟ ରାସ୍ତାରେ ସମୁଦ୍ର ଲହଡ଼ି ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ ସୁନାମିରେ ଆହୁରି ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
Indonesia geophysics agency says Sulawesi quake caused a tsunami. This video is doing the rounds. We believe it is real. pic.twitter.com/7xDzzRuj5v
— David Lipson (@davidlipson) September 28, 2018
from Odisha Reporter https://ift.tt/2OXvkOm
No comments:
Post a Comment